Home Introduction Fonts about Contact Us   
 ଅଗ୍ନିଶମ ସେବା (ସଂକ୍ଷେପରେ)

 

 ଆରମ୍ଭ   ମାର୍ଚ୍ଚ ୧, ୧୯୪୨
 ମୋଟ କେନ୍ଦ୍ର   ୨୯୦ (୨୦୧୬ ମଇମାସ ସୁଦ୍ଧା)
 ଗାଡ଼ି   ୯୫୧
 ବଡ଼ ମୋଟର ପମ୍ପ   ୪୮୦
 ଛୋଟ ମୋଟର ପମ୍ପ   ୨୦୧
 ବିଭାଗ   ନାଗରିକ ସୁରକ୍ଷା
ଅଗ୍ନିଶମ ସେବା
ଗୃହରକ୍ଷକ
 ଅଞ୍ଚଳ   କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ
 ମୁଖ୍ୟାଳୟ   ଅଗ୍ନିଶମ ନିର୍ଦେଶାଳୟ, ନୂଆପାଟଣା, କଟକ- ୭୫୩୦୦୧, ଫୋନ: ୦୬୭୧-୨୩୦୦୩୧୭

 

 
 ଅତ୍ୟାବଶ୍ୟକ ସୂଚନା

ATM Counter ଏଟିଏମ କାଉଣ୍ଟର
Hospital ଡାକ୍ତରଖାନା

 

 

Fire Station ଅଗ୍ନିଶମ

 

ଅଗ୍ନିଶମ ଗାଡ଼ି

ଓଡ଼ିଶାର ଅଧିକାଂଶ ଲୋକ ଚାଳଘରେ ବାସ କରୁଥିଲେ୤ ଅଗ୍ନିବିପତ୍ତି ଦେଖାଦେଲେ ଗୋଟିଏ ଗୋଟିଏ ଗାଁ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଉଥିଲା୤ ଅପରପକ୍ଷରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାପାନ ଆକ୍ରମଣର ଆଶଙ୍କା କରି ତତ୍‌କାଳୀନ ବ୍ରିଟିସ ସରକାର ଲୋକଙ୍କ ଧନଜୀବନ ରକ୍ଷା ପାଇଁ ୧୯୪୨ ମସିହା ମାର୍ଚ୍ଚ ୧ ତାରିଖରେ ପ୍ରଥମକରି କଟକର କ୍ୟାଣ୍ଟନମେଣ୍ଟ ଫାଣ୍ଡି (ପୁଲିସ ଆଉଟପୋଷ୍ଟ)ରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା୤ ପ୍ରଥମ ପର୍ଯ୍ୟାୟରେ ମାତ୍ର ହାତଗଣିତ କର୍ମଚାରୀ ୧ ସର୍ଜେଣ୍ଟ ମେଜର, ୧ ସବ୍‌ଇନ୍ସପେକ୍ଟର, ୨ଜଣ ହାବିଲଦାର ଏବଂ ୧୧ କନେଷ୍ଟବଳଙ୍କୁ ନେଇ ଏହି ସେବା ଆରମ୍ଭ ହୋଇଥିଲା୤ ୧୯୪୩ ମସିହାରେ ଭାରତ ସରକାରଙ୍କ ପରାମର୍ଶଦାତା ଓଡ଼ିଶା ଗସ୍ତରେ ଆସିଥିବାବେଳେ ଉପକୂଳ ଅଞ୍ଚଳରେ ଅଗ୍ନିଶମ କେନ୍ଦ୍ରର ଆବଶ୍ୟକତାକ ହୃଦୟଙ୍ଗମ କରି ଏହାର ଆଧୁନିକୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ୤ ଏହାପରେ କଟକ ସମେତ ପୁରୀ, ବାଲେଶ୍ବର, ଭଦ୍ରକ, ଛତ୍ରପୁର ଏବଂ ବ୍ରହ୍ମପୁରରେ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା୤ ଏହିସବୁ କେନ୍ଦ୍ରରେ ଜଣେଜଣେ ବ୍ରିଗେଡିୟରଙ୍କୁ ଅବସ୍ଥାପିତ କରାଗଲା୤ ୧୯୪୩ ୨୧ ଜୁନରେ ଅଫିସର (ଆଗ୍ନିକ) ପଦ ମଞ୍ଜରି ମିଳିଥିଲା୤ ୧୯୪୪ ମସିହା ପରେ ତାଲିମପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଗଲା ଏବଂ ବିଭିନ୍ନ ଜିଲାରେ ନିଯୁକ୍ତି ଦିଆଗଲା୤ ୨୦୧୬ ସୁଦ୍ଧା ରାଜ୍ୟରେ ପ୍ରାୟ ୨୯୦ଟି ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି୤ ପ୍ରାୟ ୫, ୬୫୨ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ୧୩୫୦ରୁ ଊର୍ଦ୍ଧ୍ବ ଅଗ୍ନି ନିରୋଧକ ବ୍ୟବସ୍ଥା ରହିଛି୤ ପୁଲିସ ଇନ୍ସପେକ୍ଟର ପାହ୍ୟାର ଜଣେ ଅଫିସର ଏହାର ନିର୍ଦେଶକ ରହିଛନ୍ତି୤

ଅଗ୍ନିଶମ କେନ୍ଦ୍ର

୧୯୫୪ ମସିହାରେ ବ୍ରଜରାଜନଗର ଓରିଏଣ୍ଟ କାଗଜକଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା୤ ସେହିପରି ୧୯୫୫ ମସିହାରେ କଟକ ଇଞ୍ଜିନିୟରିଂ କଲେଜ, ସରକାରୀ ଛାପାଖାନା ଏବଂ କଟକ ରେଳ ଷ୍ଟେସନରେ ଏକ ମାଲଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିଲା୤ ଏହାକୁ ଓଡ଼ିଶା ଅଗ୍ନିଶମ କେନ୍ଦ୍ର ସଫଳତାର ସହିତ ମୁକାବିଲା କରିଥିଲା୤ ଏହାବାଦ୍ ଗଞ୍ଜାମର ସିଦ୍ଧେଶ୍ବର ଗ୍ରାମ ଓ ଆନ୍ଧ୍ର ପ୍ରଦେଶର ପଲାସାରେ ଘଟିଥିବା ଅଗ୍ନିକାଣ୍ଡ ନିର୍ବାପନ କରିବାରେ ଅଗ୍ନିଶମ କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା୤ ୧୯୪୪ ମସିହାରୁ ୨୦୧୬ ମସିହା ସୁଦ୍ଧା ରାଜ୍ୟରେ ପ୍ରାୟ ୨୯୦ଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି୤ ଜିଲାସ୍ତରରେ ପରିଚାଳନା ପାଇଁ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି୤ ଜନାକୀର୍ଣ୍ଣ ଅଞ୍ଚଳରେ ସହସା ଅଗ୍ନିନିରୋଧକ ବ୍ୟବସ୍ଥା ସ୍ବରୂପ ତାଲିମପ୍ରାପ୍ତ ଆଗ୍ନିକମାନଙ୍କୁ ନିଯୁକ୍ତି ଦିଆଯାଇଛି୤ ଏଥିପାଇଁ ମୋବାଇଲ ଟିମ୍ ଗଠିତ ହୋଇଛି୤ ଯେଉଁ ସ୍ଥାନକୁ ବଡ଼ଗାଡ଼ି ଯାଇ ପାରିବ ନାହିଁ, ସେଠାକୁ ବାଇକ ମାଧ୍ୟମରେ ଆଗ୍ନିକମାନେ ପହଞ୍ଚି (ଅଗ୍ନି ନିର୍ବାପକ ଗ୍ୟାସ୍ ଦ୍ବାରା) ତୁରନ୍ତ ପଦକ୍ଷେପ ନେଇ ପାରିବେ୤

କେଉଁ ମସିହାରେ କେତେ କେନ୍ଦ୍ର ପ୍ରତିଷ୍ଠା

 

ଜିଲା ସଦର ମହକୁମା ଓ ସହରରେ ଥିବା ଅଗ୍ନିଶମ କେନ୍ଦ୍ର

କଟକ ୧୮ ଜଗତସିଂହପୁର
ବ୍ରହ୍ମପୁର ୧୯ ଝାରସୁଗୁଡ଼ା
ସମ୍ବଲପୁର ୨୦ ଖୋର୍ଦ୍ଧା
ରାଉରକେଲା ୨୧ କଳାହାଣ୍ଡି
ଭୁବନେଶ୍ବର ୨୨ କେନ୍ଦ୍ରାପଡ଼ା
ଜୟପୁର ୨୩ କେନ୍ଦୁଝର
ଅନୁଗୋଳ ୨୪ କୋରାପୁଟ
ଭଦ୍ରକ ୨୫ ମାଲକାନଗିରି
ବାଲେଶ୍ବର ୨୬ ମୟୂରଭଞ୍ଜ
୧୦ ବଲାଙ୍ଗୀର ୨୭ ନୟାଗଡ଼
୧୧ ବୌଦ୍ଧ ୨୮ ନବରଙ୍ଗପୁର
୧୨ ବରଗଡ଼ ୨୯ ନୂଆପଡ଼ା
୧୩ ଦେବଗଡ଼ ୩୦ ପୁରୀ
୧୪ ଢେଙ୍କାନାଳ ୩୧ ରାୟଗଡ଼ା
୧୫ ଗଞ୍ଜାମ ୩୨ ସୋନପୁର
୧୬ ଗଜପତି ୩୩ ସୁନ୍ଦରଗଡ଼
୧୭ ଯାଜପୁର    

 

ସୌଜନ୍ୟ

  • http://odishafshgscd.gov.in


 


Powered by expoodisha