Home Introduction Fonts about Contact Us   

 ଓଡ଼ିଶା ପୁଲିସ

 

 ଆରମ୍ଭ    ୧୯୩୬
 ସୋଗ୍ଲାନ    ସେବା ଓ ସୁରକ୍ଷା
 ପୁଲିସ ଅଞ୍ଚଳ    ୧୫୫.୮୦୦କି.ମି.
 ଶାସକ    ଓଡ଼ିଶା ସରକାର
 ପଦ    ୧୭
 ବିଭାଗ    - ବୈଷୟିକ
 - ତାଲିମ
 - ଅନୁସଂଧାନ (ଯାଞ୍ଚ)
 ଅଞ୍ଚଳ (ରେଞ୍ଜ)    ୭
 ମୁଖ୍ୟାଳୟ    ବକ୍ସିବଜାର, କଟକ
 ଫୋନ୍- (୦୬୭୧) ୨୩୦୪୦୦୧

 

ରେଞ୍ଜ କାର୍ଯ୍ୟାଳୟର ଫୋନ ନମ୍ବର
ପୁଲିସ ଆଇଜି (କେନ୍ଦ୍ରାଞ୍ଚଳ ରେଞ୍ଜ) 0671-2304300
ଡିଆଇଜି (ଭୁବନେଶ୍ବର ରେଞ୍ଜ 0674-2532847
ଡିଆଇଜି  (ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ବର) 06782-2262806
ଡିଆଇଜି (ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁର) 0680-2214000
ଡିଆଇଜି (ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ, ସୁନାବେଡ଼ା) 06853-220218
ଆଇଜି (ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁର) 0663-2400016
ଡିଆଇଜି ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେର) 06760-241395
ଆଇଜି (ପଶ୍ଚିମାଞ୍ଚଳ ରେଞ୍ଜ, ରାଉରକେଲା) 0661-2640340
ଆଇଜି (ରେଳବାଇ, କଟକ) 0671-2306615

 Important Link 


 

 
 ଅତ୍ୟାବଶ୍ୟକ ସୂଚନା

ATM Counter ଏଟିଏମ କାଉଣ୍ଟର
Hospital ଡାକ୍ତରଖାନା

 

 

Police Station ଥାନା

 

ଓଡ଼ିଶା ପୁଲିସ

ଦେଶର ବୃହତ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି୤ ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୫ କୋଟି୤ ରାଜ୍ୟର ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଓଡ଼ିଶା ପୁଲିସ ହାତରେ ନ୍ୟସ୍ତ କରାଯାଇଛି୤ ବର୍ତ୍ତମାନ ମଞ୍ଜୁରିପ୍ରାପ୍ତ ଓଡ଼ିଶା ପୁଲିସ କର୍ମଚାରୀଙ୍କ ସଂଖ୍ୟା ୭୨,୧୪୫୤ ପୁଲିସ ମହାନିର୍ଦେଶକ ଏହାର ମୁଖ୍ୟ ଥିବାବେଳେ ଉପ ସୁପରିନଟେଣ୍ଡେଣ୍ଟ, ସବଇନ୍ସପେକ୍ଟର ଏବଂ ସାଧାରଣ କନଷ୍ଟେବଳ ପଦ ରହିଛି୤ ଓଡ଼ିଶା ପୁଲିସରେ ୩ ଭାଗରୁ ୧ ଭାଗ ମହିଳା କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯାଇଛି୤ ରାଜ୍ୟର ଭୌଗୋଳିକ ବ୍ୟବସ୍ଥା ଅନୁଯାୟୀ ୭ଟି ପୁଲିସ ରେଞ୍ଜ ଗଠିତ ହୋଇଛି୤ ରେଞ୍ଜର ମୁଖ୍ୟଭାବେ ଆଇଜି ଏବଂ ଡିଆଇଜିଙ୍କୁ ଅବସ୍ଥାପିତ କରାଯାଇଛି୤ ରାଜ୍ୟର ୩୦ଟି ରାଜସ୍ବ ଜିଲାରେ ୩୪ଟି ପୁଲିସ ଜିଲା ସୃଷ୍ଟି କରାଯାଇଛି୤ ଏହାବାଦ୍ ଦୁଇଟି ଅତିରିକ୍ତ ପୁଲିସ ଜିଲା ରହିଛି୤ ଯାହା ରାଉରକେଲା ଏବଂ ବ୍ରହ୍ମପୁରରେ

କାର୍ଯ୍ୟକ୍ଷମ ରହିଛି୤ ଜିଲା ପୁଲସର ମୁଖ୍ୟଭାବେ ପୁଲିସ ସୁପରିନ୍ଟେଣ୍ଡେଣ୍ଟ ପଦ ରହିଛି୤ ସେହିପରି ରେଳବାଇ ପୁଲିସର ଦୁଇଟି ରେଞ୍ଜ ରହିଛି୤ କଟକ ଓ ରାଉରକେଲାରେ ଏହା କାର୍ଯ୍ୟକ୍ଷମ୤ ଏହାର ମୁଖ୍ୟ କାର୍ଯ୍ୟାଳୟ କଟକରେ ଅବସ୍ଥାପିତ୤ ପ୍ରତି ପୁଲିସ ଜିଲା ଅଧୀନେର ଉପଖଣ୍ଡ ପୁଲିସ ଜିଲା ରହିଛି୤ ଏହାର ମୁଖ୍ୟଭାବେ ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ)ଙ୍କୁ ଅବସ୍ଥାପିତ କରାଯାଇଛି୤ ପ୍ରତ୍ୟେକ ଉପଖଣ୍ଡ ପୁଲିସ ଅଧୀନରେ କେତେଗୁଡ଼ିଏ ଥାନା ରଖାଯାଇଛି୤ ଗୁରୁତ୍ବପୂର୍ଣ୍ଣ ଥାନାର ମୁଖ୍ୟଭାବେ ଜଣେ ଇନ୍ସପେକ୍ଟର (ଆଇଆଇସି)ଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ସାଧାରଣ ଥାନା ଗୁଡ଼ିକରେ ସବ୍‌ଇନ୍ସପେକ୍ଟର (ଓଆଇସି)ଙ୍କୁ ନିଯୁକ୍ତି ଦିଆଯାଇଛି୤

ପୁଲିସର ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଶାଖା କ୍ରାଇମବ୍ରାଞ୍ଚ୤ ଏହାର ମୁଖ୍ୟଭାବେ ଡିଜିପିଙ୍କୁ ନିଯୁକ୍ତି ଦିଆଯାଇଛି୤

ପଦବୀ

  • ଡିଜିପି (ଆଇପିଏସ୍‌)
  • ଅତିରିକ୍ତ ଡିଜିପି (ଆଇପିଏସ୍‌)
  • ଆଇଜିପି (ଆଇପିଏସ୍‌)
  • ଡିଆଇଜି (ଆଇପିଏସ୍‌)
  • ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ଆଇପିଏସ୍‌, ସିଲେକ୍ସନ ଗ୍ରେଡ)
  • ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ଓପିଏସ୍‌, ଜୁନିୟର ମ୍ୟାନେଜ୍‌ମେଣ୍ଟ ଗ୍ରେଡ)
  • ଅତିରିକ୍ତ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ପୁଲିସ ଏଡିସି, ଆଇପିଏସ୍‌)
  • ଅତିରିକ୍ତ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ପୁଲିସ ଏଡିସି, ଓପିଏସ୍‌)
  • ସହକାରୀ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ଆଇପିଏସ୍‌)
  • ଡେପୁଟି ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ (ଆଇପିଏସ୍‌)/ ଏସିପି (ଓପିଏସ୍‌)
  • ଇନ୍ସପେକ୍ଟର (ଓପି)
  • ସବ୍‌ଇନ୍ସପେକ୍ଟର (ଓପି)
  • ସହକାରୀ ସବ୍‌ଇନ୍ସପେକ୍ଟର (ଓପି)/ହାବିଲଦାର ମେଜର (ଓପି)
  • ମୁଖ୍ୟ କନଷ୍ଟେବଳ/ହାବିଲଦାର
  • ଲାନ୍ସନାୟକ
  • କନଷ୍ଟେବଳ
  • ଗୃହରକ୍ଷୀ

ପୁଲିସ ସଂଗଠନ

  • କ୍ରାଇମବ୍ରାଞ୍ଚ - କଟକ >
  • ମାନବାଧିକାର ସୁରକ୍ଷା ସେଲ - କଟକ
  • ସ୍ବତନ୍ତ୍ର ସଶସ୍ତ୍ର ପୁଲିସ - କଟକ
  • ରେଳବାଇ ପୁଲିସ ମୁଖ୍ୟାଳୟ - କଟକ
  • ପୁଲିସ ସଂଚାର ବ୍ୟବସ୍ଥା - କଟକ
  • ମନୋନୟନ ପରିଷଦ - କଟକ
  • କମିଶନରେଟ ପୁଲିସ - କଟକ- ଭୁବନେଶ୍ବର
  • ଅପରାଧ ନିୟନ୍ତ୍ରଣ ଶାଖା - ଭୁବନେଶ୍ବର
  • ଫୋରେନସିକ ଲାବରଟୋରୀ - ଭୁବନେଶ୍ବର

ରେଞ୍ଜ

  • କେନ୍ଦ୍ରୀୟ ରେଞ୍ଜ - କଟକ
  • ଦକ୍ଷିଣାଞ୍ଚଳ ରେଞ୍ଜ - ଭୁବେନଶ୍ବର
  • ପୂର୍ବାଞ୍ଚଳ ରେଞ୍ଜ - ବାଲେଶ୍ବର
  • ଉତ୍ତର-ମଧ୍ୟ ରେଞ୍ଜ - ତାଳଚେର
  • ଉତ୍ତରାଞ୍ଚଳ ରେଞ୍ଜ - ସମ୍ବଲପୁର
  • ପଶ୍ଚିମାଞ୍ଚଳ ରେଞ୍ଜ - ରାଉରକେଲା
  • ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ - କୋରାପୁଟ

ପୁଲିସ ତାଲିମ କେନ୍ଦ୍ର

  • ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ - ଭୁବେନଶ୍ବର
  • ପୁଲିସ ଟ୍ରେନିଂ କଲେଜ - ଅନୁଗୋଳ
  • ପୁଲିସ ଟ୍ରେନିଂ ସ୍କୁଲ - ନୟାଗଡ଼
  • ସହରୀ ପୁଲିସ ଓ ଟ୍ରାଫିକ ତାଲିମ କେନ୍ଦ୍ର - ଭୁବନେଶ୍ବର
  • ସଶସ୍ତ୍ର ପୁଲିସ ତାଲିମ କେନ୍ଦ୍ର - ଝାରସୁଗୁଡ଼ା
  • ଏସଓଜି ତାଲିମ କେନ୍ଦ୍ର - ଭୁବନେଶ୍ବର
  • ପୁଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ - ବୈରୀ
  • ଆରପିଟିଏସ ଟ୍ରେନିଂ ସ୍କୁଲ - କୋରାପୁଟ
  • ବେସିକ ଟ୍ରେନିଂ ଇନଷ୍ଟିଚ୍ୟୁଟ - ବୁର୍ଲା

 

 

ସୌଜନ୍ୟ

  • http://opssb.nic.in/
  • http://odishapolice.gov.in/

Powered by expoodisha