Home Introduction Fonts about Contact Us   
 Local Police Station
Elder Person Help Line
Women Help Line
Children Help Line
Coastal Security Help Line
Fire Help Line
Ambulance Help Line
Janani Ambulance
Traffic Help Line
Sanjog 155335/
18003456770
School Student 18003456722
Distressed Women 181

 

 
 ଅତ୍ୟାବଶ୍ୟକ ସୂଚନା

ATM Counter ଏଟିଏମ କାଉଣ୍ଟର
Hospital ଡାକ୍ତରଖାନା

 

 

Blood Bank ରକ୍ତ ଭଣ୍ଡାର

 

ରକ୍ତଭଣ୍ଡାର ତାଲିକା |

 

କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର, କଟକ

କେତେକ ଜାଣିବା କଥା

୧୬୬୭ ପ୍ରଥମ ରକ୍ତ ପରିଗ୍ରହଣ
୧୮୧୮ ମାନବ ରକ୍ତ ମାନବ ଦେହରେ ସଂଚରଣ
୧୯୦୧ ୩ଟି ରକ୍ତ ବର୍ଗ ଚିହ୍ନଟ
୧୯୦୨ ଚତୁର୍ଥ ବର୍ଗ ଚିହ୍ନଟ
୧୯୦୭ ପ୍ରଥମ ଅସଙ୍ଗତି ମେଳଣ (କ୍ରସ ମ୍ୟାଚିଙ୍ଗ)
୧୯୩୯ ଆର.ଏଚ. ରକ୍ତ ବର୍ଗ ଚିହ୍ନଟ
୧୯୪୮ ରକ୍ତ ସଂଗ୍ରହ ପାଇଁ ପ୍ଲାଷ୍ଟିକ ଥଳୀର ବ୍ୟବହାର
୧୯୬୪ ଗୋଷ୍ଠୀ ରକ୍ତ ଭଣ୍ଡାର ପ୍ରତିଷ୍ଠା

କୁହାଯାଏ ବିନ୍ଦୁଏ ରକ୍ତ ନଷ୍ଟ କର ନାହିଁ୤ ବିନ୍ଦୁଏ ରକ୍ତ କାହାର ବି ଜୀବନ ବଞ୍ଚାଇ ଦେଇପାରେ୤ ରକ୍ତ ବିନା କାହାର ଜୀବନ ନ ଯାଉ ଏହି ସ୍ଲୋଗାନ ଏବେ ଆନ୍ଦୋଳନରେ ପରିଣତ ହୋଇଛି୤ ଦିନଥିଲା ଗୋଟିଏ ୟୁନିଟ ରକ୍ତ ସଂଗ୍ରହ ପାଇଁ କାଠିକର ପାଠ ହେଉଥିଲା୤ ଏବେ ସେଥିରେ ଢେର ପରିବର୍ତ୍ତନ ଆସିଛି୤ ହଜାର ହଜାର ଯୁବକ ଯୁବତୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସଛନ୍ତି୤ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ, କ୍ଲବ ଏବଂ ରକ୍ତଦାତା ଅନୁଷ୍ଠାନ ପ୍ରତିବର୍ଷ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାରକୁ କରିଛନ୍ତି ସମୃଦ୍ଧ ଏବଂ ସଂକଟାପନ୍ନ ରୋଗୀଙ୍କୁ ଦେଇଛନ୍ତି ନୂଆ ଜୀବନ୤ ରାଜ୍ୟରେ ଇ-ରକ୍ତ ସେବା ଆରମ୍ଭ ହୋଇଛି୤ ଏଥିରେ ଇଣ୍ଟରନେଟ୍‌ ମାଧ୍ୟମରେ କୌଣସି ସ୍ଥାନରୁ ବି କେଉଁ ବର୍ଗର ରକ୍ତ ଆବଶ୍ୟକ, ଗଚ୍ଛିତ ପରିମାଣ ବିଷୟରେ ସହଜରେ ଜାଣିହେବ୤ ରାଜ୍ୟର ପ୍ରାୟ ସମସ୍ତ ଜିଲା ଓ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି୤

ରକ୍ତ ଘଟକ (Blood Components)

ରକ୍ତର ବିଭିନ୍ନ ପରୀକ୍ଷା କରାଯାଏ୤ ରକ୍ତରେ ୪ଟି ସାମଗ୍ରୀ ରହିଛି୤ ଏଗୁଡ଼ିକର ମହତ୍ବ ପ୍ରାୟ ଏକ ପୟକାର୤ ଆନ୍ତୁ ଜାଣିବା ରକ୍ତରେ କେଉଁ କେଉଁ ସ୍ତର ରହିଛି୤
୧. ରେଡ ବ୍ଲଡ ସେଲ  : ଏହି ସେଲ ରକ୍ତରେ ପ୍ରାୟ ୪୦ ପ୍ରଶତ ରହିଛି୤ ଏହି ସେଲ ହିମୋଗ୍ଲୋବିନକୁ କ୍ରୀୟାଶୀଳ କରୁଥିବାବେଳେ ଶରୀରର ବିଭିନ୍ନ ଅଂଗକୁ ଅମ୍ଳଜାନ ପଠାଏ୤ ଶରୀରରେ କାର୍ବନ ଡାଇଅକ୍ସାଇଡକୁ ତ୍ବରାନ୍ବିତ କରିବା ସହ ଉତ୍ପନ୍ନ ଟିସୁଗୁଡ଼ିକୁ ହଟାଇ ଦେଇଥାଏ୤
୨. ହ୍ବାଇଟ ବ୍ଲଡ ସେଲ : ଏହି ସେଲ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଏ୤ ଏହି ସେଲର ମୁଖ୍ୟ ଉପାଦାନ ହେଉଛି ଲିମ୍ଫୋସାଇଟ୍ସ୤ ଏହା ଦୁଇ ପ୍ରକାର - ଟି ଏବଂ ବି
୩.ପ୍ଲାଟେଲଟ୍ସ : ଏହି ସେଲ ରଙ୍ଗହୀନ୤ ରକ୍ତ କ୍ଷରଣ ବନ୍ଦ କରିବାରେ ଏହା ସହାୟକ ହୋଇଥାଏ୤
୪.ପ୍ଲାଜମା:ଏହି ସେଲରେ ପାଣି, ପ୍ରୋଟିନ ଏବଂ ଲବଣର ମିଶ୍ରଣ ରହିଛି୤ ଶରୀରର ଭିଟାମିନ, ହଜମ ପ୍ରକ୍ରିୟାରେ ଏହା ସହାୟକ ହୋଇଥାଏ୤ ଶରରରେ ଥିବା ମୋଟ ରକ୍ତର ଏହା ପ୍ରତିଶତ୤

କେଉଁମାନେ ରକ୍ତ ଦେଇ ପାରିବେ

  • ୧୮ବର୍ଷରୁ ଊର୍ଦ୍ଧ୍ବ (ଯୁବକ/ଯୁବତୀ) ବା ଯେ କୌଣସି ସୁସ୍ଥ ବ୍ୟକ୍ତି (୬୦ବର୍ଷ ପର୍ଯ୍ୟନ୍ତ) ରକ୍ତ ଦେଇ ପାରିବେ

  • ଏଚଆଇଭି କିମ୍ବା ଅନ୍ୟ କୌଣସି ମାରାତ୍ମକ ରୋଗରେ ଆକ୍ରାନ୍ତ ନ ଥିବେ

  • ହିମୋଗ୍ଲୋବିନ ୧୨.୫ ଗ୍ରାମ/ଡିଏଲରୁ କମ ନଥିବ

  • ରକ୍ତଚାପ (ସିଷ୍ଟୋଲିକ୍) ୯୦ : ୮୦ ମିଲିମିଟର ଏବଂ (ଡାୟୋଷ୍ଟୋଲିକ) ୫୦ : ୧୦୦ ମିଲିଗ୍ରାମ (ଉଚ୍ଚ) ଥିବା ଆବଶ୍ୟକ
  • ଓଜନ ୪୬ କିଲୋରୁ କମ ହୋଇ ନ ଥିବ

 

 

ରକ୍ତ ଜମାଟ ବାନ୍ଧିଥାଏ କିପରି?

ମାନବ ଶରୀର ପାଇଁ ରକ୍ତ ନିହାତି ଆବଶ୍ୟକ। ରକ୍ତ ଅଭାବରୁ ମନୁଷ୍ୟର ମୃତ୍ୟୁ ଘଟିଥାଏ। ଜଣେ ବ୍ୟକ୍ତିର ଶରୀରରୁ ଯଦି ଅଧିକ ମାତ୍ରାରେ ରକ୍ତ ନିର୍ଗତ ହୋଇଥାଏ ତେବେ ତାର ମୃତ୍ୟୁ ଘଟିଥାଏ। ଜଣେ ସୁସ୍ଥ ବ୍ୟକ୍ତିର ପ୍ରାୟ ଏକ ତୃତୀୟାଂଶ ରକ୍ତ ଯଦି କମ ହୋଇ ଯାଏ, ତେବେ ମଧ୍ୟ ସେ ବଞ୍ଚି ରହି ପାରିବ। ସାଧରଣତଃ କୌଣସି ଧାରୁଆ ଅସ୍ତ୍ର ଯୋଗୁଁ ଶରୀରର କୌଣସି ଭାଗ କଟିଗଲେ ବହୁତ ରକ୍ତ ବାହାରେ, କିନ୍ତୁ କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯାଏ।  ରକ୍ତ ବନ୍ଦ ହେବା ପ୍ରକ୍ରିୟାକୁ ରକ୍ତ ଜମାଟ ବନ୍ଧା କହନ୍ତି। ବ୍ୟକ୍ତିର ସୁରକ୍ଷା ପାଇଁ ପ୍ରକୃତିର ଏହା ଏକ ନିୟମ ବୋଲି ଗ୍ରହଣ କରାଯାଇପାରେ। ଦ୍ବିତୀୟରେ ରକ୍ତ ଜମାଟ ବାନ୍ଧିବାର ଗତି ବା ରକ୍ତ ଶୁଖିବା ପ୍ରକ୍ରିୟା ସମସ୍ତଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ।  କେତେକ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧି ନଥାଏ। ଥରେ ରକ୍ତ ବାହାରିଲେ ବନ୍ଦ ହେବା କାଠିକର ପାଠ ହୋଇଥାଏ। ଏହି ଗମ୍ଭୀର ସ୍ଥିତିକୁ ‘ହିମୋଫିଲିଆ’ କୁହାଯାଏ। ରକ୍ତ ନିର୍ଗତ ହେବାକ୍ଷଣି ଅତି ସୂକ୍ଷ୍ମ ତନ୍ତୁରେ ତିଆରି ‘ଫାଇବ୍ରିନ’ ରକ୍ତରେ ଉପସ୍ଥିତ ହୋଇଯାଏ ଏବଂ ଜାଲପରି ବିଛାଇ ହୋଇଯାଏ। ଏହି ଜାଲରେ ହିଁ ରକ୍ତକୋଷ ଛନ୍ଦି ହୋଇଯାଏ। ଫଳରେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ।  ରକ୍ତ ପ୍ରବାହ ପାଇଁ ହେପାରିନ ମୁଖ୍ୟ ଭୂମକା ଗ୍ରହଣ କରିଥାଏ। ରକ୍ତବାହୀ ନଳୀର ସ୍ବଚ୍ଛ ଧାରାରେ ଯେତେବେଳ ପର୍ଯ୍ୟନ୍ତ ହେପାରିନ ସମ୍ପର୍କ ସୃଷ୍ଟି କରି ତା ସହିତ ରହିଥାଏ, ସେତେବେଳ ପର୍ଯ୍ୟନ୍ତ ରକ୍ତ ଜମାଟ ବାନ୍ଧି ନଥାଏ। ରକ୍ତ ପ୍ରବାହୀ ନଳୀଗୁଡ଼ିକ ଦବାଇ ରଖିବା ଦ୍ବାରା କିମ୍ବା ଅବାଞ୍ଛିତ ପଦାର୍ଥ ଜମିଗଲେ ହେପାରିନର ପ୍ରଭାବ ରହିନଥାଏ। ଫଳରେ ଶରୀର ମଧ୍ୟରେ ଅନାବଶ୍ୟକଭାବେ ରକ୍ତ ଜମାଟ ବାନ୍ଧେ ଓ ଏହା କ୍ଷତିକାରକ ହୋଇଥାଏ।

ରକ୍ତଦାତା ଅନୁଷ୍ଠାନ

 

  • ଆମ ଓଡ଼ିଶା (ଭୁବନେଶ୍ବର)

  • ଗ୍ରାଜୁଏଟ କ୍ଲବ (ଆଠଗଡ଼)

  • ଛତିଆ ଭକ୍ତ ସମାଜ

  • ବିଜୁ ଜନତାଦଳ (ଜୀବନ ବିନ୍ଦୁ କାର୍ଯ୍ୟକ୍ରମ)

ରକ୍ତଭଣ୍ଡାର ତାଲିକା

ସୌଜନ୍ୟ

  • http://sambadepaper.com/epaperimages/07092019/07092019-md-hr-13.pdf
  • https://www.urmc.rochester.edu/encyclopedia/content.aspx?ContentTypeID=90&ContentID=P02316
  • https://www.ncbi.nlm.nih.gov/pmc/articles/PMC4260297/


Powered by expoodisha