Home Introduction Fonts about Contact Us   

Ambulance ଆମ୍ବୁଲାନ୍ସ

 

୧୦୮ ଆମ୍ବୁଲାନ୍ସ

ଆପଦକାଳୀନ ଏବଂ ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଡାକ୍ତରଖାନା ନେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ

ସରକାରଙ୍କ ପକ୍ଷରୁ ଉନ୍ନତ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି୤ ୨୦୧୩ ମାର୍ଚ୍ଚ ୫ ତାରିଖଠାରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି (Emergency Medical Ambulance Service’ (EMAS)) ତ୍ବରିତ ସେବା୤ ପ୍ରଥମ ଦଫାରେ ୧୫ଟି ଜିଲା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି୤ ଏଥିପାଇଁ ୨୮୦ଟି ଆମ୍ବୁଲାନ୍ସ (୫୬ Advance Life Support’ (ALS) ambulances), ଏବଂ ୨୨୪ଟି‘Basic Life Support’ (BLS) କାର୍ଯ୍ୟକାରୀ କରାଯାଇଛି୤ ଦ୍ବିତୀୟ ଦଫାରେ ୨୦୧୩ ନଭେମ୍ବରରେ ୧୫ଟି ଜିଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ ଜିଲାରେ ବିଏଲଏସ ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି୤ସମସ୍ତ ଆମ୍ବୁଲାନ୍ସରେ Global Positioning System(GPS) ଜିପିଏସ ଏବଂ Mobile Data Terminal (MDT) ଏମଡିଟି ବ୍ୟବସ୍ଥା ରହିଛି୤ ଏହାଦ୍ବାରା କେନ୍ଦ୍ରୀୟ କଲ୍‌ସେଣ୍ଟର ଦ୍ବାରା ଆମ୍ବୁଲାନ୍ସକୁ ନିୟନ୍ତ୍ରଣ ଓ ପରିଚାଳିତ କରାଯାଇ ପାରିବ୤

  1. Air Ambulance, Bhubaneswar
    Whatsapp +91 9645744117 +91 9845446634, +91 9540161344, +91 9845446634 
    social media links activated) 
    Email 
    airambulance @ airambulanceaviation. com

  2. Ring Rd, CDA Area, Cuttack
    Phone: 085219 59874
  3. Flying Doctors, Rourkela
    + 91 97118 76873, + 91 9560398910, + 91 9810736503

ଭୁବନେଶ୍ବର (ଆମ୍ବୁଲାନ୍ସ ସେବା)
 ୦୧ କିଟ୍‌ ହସ୍ପିଟାଲ 0674 – 2725228
 0୨ ସେବା ଆମ୍ବୁଲାନ୍ସ ସର୍ଭିସ 0674-3091993, 0674-2413720, 9437013720
 ୦୩ ପୌର ହସ୍‌ପିଟାଲ 0674- 2415237
 ୦୪ କ୍ୟାପିଟାଲ ହସ୍‌ପିଟାଲ 02401983, 2400688
 ୦୫ ରେଡକ୍ରସ୍‌ 0674 2402005
2402389
 ୦୬ ରେଡକ୍ରସ ସୋସାଇଟି 0674-2392005
 ୦୭ ଏସ.ଏସ.ବି
 ୦୮ ବାସନ୍ତୀ ଟ୍ରଷ୍ଟ 9437164399
 ୦୯    
 ୧୦ ଇକୟା 9238163177
 ୧୧ ଗୁରୁଦ୍ବାର 0674-2400076
 କଟକ
 ୦୧ ମାରୱାଡ଼ି ଯୁବମଞ୍ଚ 0674-2432700
 ୦୨ ଏସସିବି ମେଡିକାଲ 0671 - 2614572, 2614499
 ୦୩ ସନ୍‌ ହସ୍ପିଟାଲ 0671  2301402, 2307126, 2307127, 2307128
M- 
9437080649
 ୦୪ ଅଧିକାର 92386 98434
 ୦୫ ହେଲ୍ଥ କେୟାର 0671 - 2491852, 2311928
 ୦୬ ସିଟି ହସ୍ପିଟାଲ 0671 - 2623969,
2623969
୦୭ ଶିଶୁ ଭବନ ୦୬୭୧- ୨୬୨୭୨୭୮
୦୮ ଶ୍ରଦ୍ଧା ଆମ୍ବୁଲାନ୍ସ ସର୍ଭିସ 9937782820
୦୯ ସନ୍‌ ଆପୋଲ ଡାଇଗ୍ନୋଷ୍ଟିକ 0671 - 2614229,
2611847, 2411847
୧୦ ପଞ୍ଚମୁଖୀ 099559 90333
୧୧ ଦି ଆମ୍ବୁଲାନ୍ସ 0671 241 4500
୧୨ ମାଆମ୍ବୁଲାନ୍ସ ସର୍ଭିସ 97118 76873, 9560398910, 9810736503
୧୩ ବଶ୍ବକର୍ମା 9438785530
୧୪ ମାରୱାଡି ଯୁବମଞ୍ଚ 0671-2414151
୧୫ ଇଣ୍ଟରନେସନାଲ କ୍ଲବ 9861017292
୧୬ ପୁନର୍ବାସ ଓ ସାମାଜିକ ବିକାଶ ସଂସ୍ଥା 0671-2323490, 9938642006
୧୭ ସୁମିତ୍ରା 0671-2323490, 9938642006

 

୧୦୨ ଆମ୍ବୁଲାନ୍ସ

ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଅନୁଯାୟୀ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ୨୦୦୮ ମସିହାଠାରୁରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି୤ ଏହା ଜନନୀ ଓ ଶିଶୁଙ୍କ ପାଇଁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବ୤ ମାଗଣାରେ ଗର୍ଭବତୀ, ପ୍ରସୂତି ଏବଂ ଅସ୍ତ୍ରୋପଚାର ଦ୍ବାରା ଜନ୍ମିତ ଅସୁସ୍ଥ ଶିଶୁ (୧ ବର୍ଷ ପର୍ଯ୍ୟନ୍ତ)ଙ୍କ ପାଇଁ ଏହି ସେବା ଉପଲବ୍ଧ୤ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୪୬୨ଟି ଜନନୀ ଏକ୍ସପ୍ରେସ କାର୍ଯ୍ୟ କରୁଛି୤

 

ମହାପରାୟଣ ସେବା

ବହୁଚର୍ଚ୍ଚିତ ଦାନ ମାଝି ଘଟଣା ପରେ ରାଜ୍ୟ ସରକାର ମହାପରାୟଣ ଯୋଜନା କାର୍ଯ୍ୟକାରୀ କରିଥିଲେ୤ କଳାହାଣ୍ଡି ଜିଲାର  ଦାନମାଝି ସ୍ତ୍ରୀର ଦେହ ଅସୁସ୍ଥ ହେବାରୁ କଳାହାଣ୍ଡି ସରକାରୀ ହାସ୍‌ପାତାଳରେ ଭର୍ତ୍ତି କରିଥିଲେ୤ ସେଠାର ସ୍ତ୍ରୀର ମୃତ୍ୟୁ ଘଟିବା ପରେ ଏକ ଆମ୍ବଲୁନ୍ସ ବ୍ୟବସ୍ଥା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦାନ ମାଝି ଅନୁରୋଧ କରିଥିଲେ୤ ତେବେ ଶବ ନେବାପାଇଁ କୌଣସି ଡାକ୍ତରଖାନାରେ କୌଣସି ବ୍ୟବସ୍ଥା ନାହିଁ ବୋଲି କହିବା ପରେ ଦାନ ନିରାଶ ହୋଇଥିଲେ୤ ପାଖରେ ତାଙ୍କର ଘରକୁ ଫେରିବା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସ୍ତ୍ରୀକୁ ଏକ ଶାଢ଼ିରେ ଗୁଡ଼ାଇ ପ୍ରାୟ ୫୦ କିମି ବାଟ ଚାଲିଚାଲି ଘରକୁ ଫେରିଥିଲେ୤ ଏହି ଘଟଣା ସେତେବେଳେ ଦେଶବିଦେଶରେ ଚର୍ଚ୍ଚାକୁ ଆସିଥିଲା୤ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିବର୍ଷ ଫେବୃଆରୀରେ ’ମହାପରାୟଣ’ ଯୋଜନା ଆରମ୍ଭ କରିଥିଲେ୤ ଏହି ଯୋଜନାରେ ମୃତଦେହକୁ ଡାକ୍ତରଖାନାରୁ ବିନା ଅର୍ଥରେ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଛି୤


Powered by expoodisha