Back

ଅଙ୍ଗାରକର୍କଟୀ


  1. Aṅgārakarkaṭī (ସଂ.ବି.) (କାକୁଡ଼ି; ଏହା ଆକୃତିରେ ମୁଣ୍ଡିକାକୁଡ଼ି ପରି ଥିବାରୁ ଓ ଜଳନ୍ତା ଅଙ୍ଗାରରେ ପୋତାଯାଇ ସିଦ୍ଧ ହେଉଥିବାରୁ)ବାଟି; ଉତ୍ତର-ପଶ୍ଚିମାଞ୍ଚଳବାସୀମାନଙ୍କର ପ୍ରିୟ ଖାଦ୍ୟ ପିଷ୍ଟକବିଶେଷ A kind of balled cake cooked in live charcoal.



 [ ଦ୍ର ] ଅଟାକୁ ପାଣିରେ ବହୁ କ୍ଷଣ ବତୁରାଇ ତାକୁ ଚକଟି ନାନା- ମାନ ବା ମୁଣ୍ଡିକାକୁଡ଼ି ପରି ଗୋଲାମାନ ବଳିଲା ପରେ, ଏ ଗୋଲାମାନଙ୍କୁ ଦହକ ଅଙ୍ଗାର ଗଦା ମଧ୍ୟରେ ପୋତି ରଖି ସିଦ୍ଧ କରାଯାଏ। ପରେ ସିଦ୍ଧ ଗୋଲାମାନଙ୍କୁ ଅଙ୍ଗାର ମଧ୍ୟରୁ କାଢ଼ି ଆଣି ତହିଁରୁ ପାଉଁଶଯାକ ଝାଡ଼ି ଘିଅପୂର୍ଣ୍ଣ ପାତ୍ରରେ ବୁଡ଼ାଇ ରଖିବାକୁ ହୁଏ। କିଛିକ୍ଷଣ ପରେ ଏ ଗୋଲା ମଧ୍ୟରେ ଘିଅ ଭେଦିଯାଏ। ଏହାକୁ ମାରବାଡ଼ିମାନେ ବାଟି କହନ୍ତି। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶ୍ଳେଷ୍ମଜନକ, ପୁଷ୍ଟିକର, ଶୁକ୍ରବର୍ଦ୍ଧକ ଏବଂ ଅଗ୍ନିଉଦ୍ଦୀପକ; ଏହା ପୀନସ, କାସ ଓ ଶ୍ୱାସରୋଗୀ ପକ୍ଷରେ ହିତକର।