Back

ଅଚା


  1. Achā (ଦେ.ବି.) - ଚାଷ ହେବା କ୍ଷେତରେ ପ୍ରଥମ ଥର ହଳ ବୁଲାଯିବା ବେଳେ ଅଙ୍କିତ ବୃତ୍ତାକାର ରେଖା A circular furrow-line made in a field when it is ploughed for the first time.

  2. ଏକ ଅଚାଦ୍ୱାରା ପରିବେଷ୍ଟିତ ହେବାଭଳି ଜମି; ଅଳ୍ପ ପରିମିତ ଭୂଖଣ୍ଡ  A small piece of land. (ଯଥା - ତାର ଜମାରୁ ଅଚାଏ ଜମି ଅଛି, ସେଥିରେ ସେ କାହୁଁ କୁଟୁମ୍ବ ପୋଷିବ)



 [ ଦ୍ର ]  ଚାଷିମାନେ ପ୍ରଥମେ କ୍ଷେତର ଚାରି ପାଖରେ ହଳଦ୍ୱାରା ଗୋଟିଏ ଅଚା ବୁଲାଇବା ପରେ ଅଚାଦ୍ୱାରା ପରିବେଷ୍ଟିତ ଭୂମିକୁ ଚାଷ କରନ୍ତି। କ୍ଷେତ୍ର ବଡ଼ ହୋଇଥିଲେ ତହିଁରେ ପ୍ରଥମେ ଗୋଟିଏ ଅଚା କାଟି ଚାଷୀ ସେ ଅଚା ମଧ୍ୟସ୍ଥ ଜମିକୁ ଚାଷ କରି କ୍ଷେତ୍ରର ଅନ୍ୟ ଅଂଶରେ ପୁଣି ଅଚା କାଟି ଚଷନ୍ତି।