Back

ଅଜ


  1. Aja (ସଂ.ବିଣ.) ଯାହାର ଜନ୍ମ ନାହିଁ; ଜନ୍ମରହିତ That whose birth is not traceable.

  2. ଯାହାର ଉତ୍ପତ୍ତି କେହି ଲକ୍ଷ କରି ନାହିଁ Of untraceable origin.

  3. ନିତ୍ୟ  Eternal.

  4. ଚିରସ୍ଥାୟୀ Permanent.

  5. (ସଂ.ବି.)ପରମେଶ୍ୱର God.

  6. ବିଷ୍ଣୁ  Bishṇu.

  7. ବ୍ରହ୍ମା Brahmā.

  8. ଶିବ; ମହାଦେବ Ṡiba.

  9. କାମଦେବ  Cupid.

  10. ଚନ୍ଦ୍ର The moon.

  11. ଜୀବାତ୍ମା The living soul.

  12. ପରମାତ୍ମା The Universal Soul.

  13. ଅଣ୍ଡିରାଛେଳି  He goat.

  14. ମେଣ୍ଢା Ram; sheep.

  15. (ଜ୍ୟୋତିଷ) ମେଷରାଶି  (Astronomy) The Aries; a sign of the Zodiac.

  16. (ଜ୍ୟୋତିଷ) ଶୁକ୍ରଗ୍ରହର ଗତି ଅନୁସାରେ ନିରୂପିତ ତିନିଗୋଟି ଲେଖାଏଁ ନକ୍ଷତ୍ରଯୁକ୍ତ ବିଥି ମଧ୍ୟରୁ ଏକତମ; ହସ୍ତା, ବିଶାଖା ଓ ଚିତ୍ରା ନକ୍ଷତ୍ରଯୁକ୍ତ ବିଥି  A part of the orbit of the planet Venus consisting of the 13th, 14th and 16th asterisms.

  17. (ବୈଦ୍ୟକ) ଛେଳିପାଗୁଳିଆ (ଓଷଧିବୃକ୍ଷ)  A herb; chheḻipāguḻiā (See).

  18. ସୂର୍ଯ୍ୟବଂଶୀୟ ରାଜା - ଦଶରଥଙ୍କ ପିତା ଓ ରଘୁଙ୍କପୁତ୍ର Name of the father of king Daṡaratha.

  19. ଜାରା ଶବରର ପୂର୍ବପୁରୁଷ ଜନୈକ ଶବର Name of a fowler; an ancestor of Jārā Ṡabara.

  20. ନେତା A leader

  21. ଚାଳକ A driver; mover.