Back

ଅଜହଲ୍ଲିଙ୍ଗ

Category : [ Grammar ]



Ajahalliṅga (ସଂ.ବିଣ.) -  (ବ୍ୟାକରଣ) ଯେଉଁ ବିଶେଷ୍ୟ ବା ବିଶେଷଣ ଶବ୍ଦ ଭିନ୍ନ ଭିନ୍ନ ଲିଙ୍ଗର ବିଶେଷ୍ୟ ସଙ୍ଗେ ଯୁକ୍ତ ହେଲେ ମଧ୍ୟ ଆପଣାର ଆକାରକୁ ପରିତ୍ୟାଗ କରେ ନାହିଁ  (grammar) A noun or adjective which does not change its form when added to nouns of different genders.



[ ଉ ]  ରତ୍ନ - ନାରୀରତ୍ନ; ପୁରୁଷରତ୍ନ; ବର -ନରବର, ଯୋଷାବର; ପାତ୍ର - କନ୍ୟାପାତ୍ର; ବରପାତ୍ର 



[ ଦ୍ର ]  ସଂସ୍କୃତ ବ୍ୟାକରଣରେ ବିଶେଷ୍ୟ ପଦର ଯେଉଁ ଲିଙ୍ଗ ହୁଏ, ତହିଁ ସଙ୍ଗେ ଲାଗିବା ବିଶେଷଣର ମଧ୍ୟ ସେହି ଲିଙ୍ଗ ହୁଏ; କିନ୍ତୁ କେତେଗୁଡ଼ିଏ ବିଶେଷ୍ୟ ବିଶେଷଣ ପ୍ରତି ଏ ନିୟମ ଖଟେ ନାହିଁ; ସେମାନଙ୍କୁ ଅଜହଲ୍ଲିଙ୍ଗ ବୋଲାଯାଏ। (ଯଥା -ମୂଳ, ପାତ୍ର, ସ୍ଥାନ, ଆସ୍ପଦ, ପ୍ରମାଣ, ବର, ରତ୍ନ।)