Back

ଅଜାନ୍‌


  1. Ajān (ବୈ.ବି.) - ଦିନ ରାତି ମଧ୍ୟରେ ୫ ଥର ମସଜିଦର ଅଜାନଗାରେ (ଛାତ ଉପରର ଚୂଡ଼ା) ମୁଆଜ୍ଜନ୍ ଉପାଧିଧାରୀ ବ୍ୟକ୍ତିର ପୂର୍ବ ଓ ପଶ୍ଚିମକୁ ମୁହଁ ବୁଲାଇ ନମାଜ୍ (ପ୍ରାର୍ଥନା) କରିବା ପାଇଁ ଚତୁଃପାର୍ଶ୍ୱସ୍ଥ ମୁଷଳମାନମାନଙ୍କୁ ଉଚ୍ଚୈଃସ୍ୱରରେ ଆହ୍ୱାନ The loud call of the caller from the top of a mosque at 5 fixed times during day and night calling the Mohammedans to pray at the prayer times.



 




  •  [ ଦ୍ର ]  ଏହି ୫ଟି ନିର୍ଦ୍ଦିଷ୍ଟ ସମୟ: - ୧ - ଫଜର୍ = ଭୋର୍ ପ୍ରାୟ ୪ଟା ବେଳ; ୨- ଜୋହର୍ = ଦିନ ଗଡ଼ିବାବେଳ, ଅପରାହ୍ନ ୧ଟା ଠାରୁ ସାଢ଼େ ୪ଟା ବେଳ; ୩- ଅସର୍ = ଅପରାହ୍ନ ୩ଟା ଠାରୁ ୪ଟା ବେଳ; ୪- ମଗ୍ରୀବ =  ସୂର୍ଯ୍ୟାସ୍ତର ୨/୩ ମିନିଟ୍ ପରବର୍ତ୍ତୀ କାଳ; ୫- ଏସା = ସୂର୍ଯ୍ୟାସ୍ତର ୧ ଘଣ୍ଟା ପରେ। ମସଜିଦର ଯେଉଁ କର୍ମଚାରୀ ଅଜାନ୍ ଦିଏ, ତାକୁ 'ମୁଆଜ୍ଜନ୍' କହନ୍ତି। 'ଆଲ୍ଲା ହୋ ଅକ୍ବର୍, ଆଲ୍ଲା ହୋ ଅକ୍ବର୍' ଉଚ୍ଚାରଣ କରି ତା ପରେ କୋରାନ୍ର କେତେଗୁଡ଼ିଏ ସୁକ୍ତ ବୋଲି ଶେଷରେ 'ଲା ଇଲାହା ଇଲ୍ଲଲା' ଉଚ୍ଚାରଣ କରି ଅଜାନ୍ ଦିଆଯାଏ। ଅଜାନ୍ର ମର୍ମ: - "ଜଗତରେ ଆଲ୍ଲାହିଁ ଏକମାତ୍ର ଈଶ୍ୱର; ମହମ୍ମଦ ଈଶ୍ୱରଙ୍କର ଏକମାତ୍ର ପୟଗମ୍ବର ବା ଦୂତ। ସବୁ ଦିଗର ଲୋକମାନେ ଆସ ପ୍ରାର୍ଥନା କରିବା, ସମୟ ହେଲାଣି।