Back

ଅଜୀର୍ଣ୍ଣ

Also : [ ଅଜିନ୍ନ ]




  1. Ajīrṇṇa (ସଂ.ବିଣ.) ଜୀର୍ଣ୍ଣ ବା ପରିପାକ ହୋଇ ନ ଥିବା (ଭୁକ୍ତ ଦ୍ରବ୍ୟ) Undigested (food).

  2. ଯାହା ପୁରୁଣା ନୁହେଁ Not old.

  3. ଯାହା ପୁରୁଣା ହେବାରୁ ଛିଣ୍ଡି ଯାଇନାହିଁ Not worn-out.

  4. ଯାହା କ୍ଷଯପ୍ରାପ୍ତ ହୋଇ ନାହିଁ Undecayed.

  5. ନୂତନ; ନୂଆ; ତଟକା New; fresh.

  6. (ସଂ.ବି.) - ଭୁକ୍ତଦ୍ରବ୍ୟର ଅପରିପାକ; ବଦହଜମୀ Indigestion; acidity.

  7. ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ନ ହେବା ଜନିତ ରୋଗ Dyspepsia.



 [ ଦ୍ର ] ଆୟୁର୍ବେଦରେ ଅଜୀର୍ଣ୍ଣ ରୋଗ ଛଅ ପ୍ରକାର; ଯଥା - 




  • ଆମାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ କଞ୍ଚା ଥାଇ ଝାଡ଼ା ବା ବାନ୍ତିରେ ବାହାରେ।

  • ବିଦଗ୍ଧାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ଜଳିଯାଏ।

  • ବିଷ୍ଟବ୍ଧାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ଟାଣୁଆ ଓ ଗୋଟାଳିଆ ବାନ୍ଧି କୋଷ୍ଠବଦ୍ଧ ହୁଏ।

  • ରସଶେଷାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପାଣି ପରି ତରଳ ହୋଇଥାଏ।

  • ଦିନପାକୀ ଅଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ସେହିପରି ରହେ ଓ କ୍ଷୁଧା ହୁଏ ନାହିଁ।

  • ପ୍ରକୃତ୍ୟାଜୀର୍ଣ୍ଣ ବା ସାମାନ୍ୟାଜୀର୍ଣ୍ଣ - ଯେତିକି ପରିମାଣରେ ଖାଦ୍ୟ ମନୁଷ୍ୟ ଜୀର୍ଣ୍ଣ କରିପାରେ, ତହିଁରୁ ବେଶି ଖାଇବା ଯୋଗୁଁ ଜନ୍ମିବା ଅଜୀର୍ଣ୍ଣ।