Back

ଅଟକ


  1. Aṭaka (ସଂ.ବିଣ.) - ପରିଭ୍ରମଣକାରୀ; ପରିବ୍ରାଜକ  Roaming; wandering (Ante)

  2. (ବୈ.ବି.) - ଗତିରାହିତ୍ୟ Stoppage of motion; halt.

  3. ଅବରୋଧ; ରୋଧ Obstruction; restraint.

  4. ବାଧା; ବିଘ୍ନ Hindrance.

  5. ସ୍ଥଗିତକରଣ; ବନ୍ଦ କରିବା Stopping; cessation.

  6. ବାସନ୍ଦ; ସମାଜଚ୍ୟୁତି Ostracism; excommunication.

  7. ନିଷେଧ; ମନା Prohibition. (ଯଥା -ନିଆଁ ପାଣି ଅଟକ; ଧୋବା ଭଣ୍ଡାରି ଅଟକ।)

  8. କ୍ରୋକ; କୋରଖ Attachment; distraint. (ଯଥା - ଫସଲ ଅଟକ।)

  9. ପୂର୍ବ ସ୍ଥାନରେ ବା ଯଥାସ୍ଥାନରେ ଅବସ୍ଥିତି Proper position; being at the proper place.

  10. ବାଡ଼ Fencing.

  11. ସ୍ରୋତ ପ୍ରତିରୋଧ କରିବା ବନ୍ଧ A dam; a bandh.

  12. (ନାମ) ପଞ୍ଜାବ ଓ ଆଫଗାନିସ୍ଥାନର ସୀମାରେ ଥିବା ଭାରତର ଉତ୍ତର ପଶ୍ଚିମସ୍ଥ କ୍ଷୁଦ୍ର ନଗରବିଶେଷ Attock; name of a small town in the north western frontier of India.

  13. (ବୈ.ବିଣ.)ଗତିରହିତ Halted.

  14. ଯାହାର ଗତିରୋଧ କରାଯାଇଅଛି Restrained.

  15. ସ୍ଥଗିତ କରାଯାଇଥିବା Stopped.

  16. ବାଧାପ୍ରାପ୍ତ Obstructed; hindered.

  17. ନିଷିଦ୍ଧ Prohibited.

  18. ସମାଜଚ୍ୟୁତ Excommunicated; ostracised.

  19. କୋରଖ କରାଯାଇଥିବା Attached; distrained.



[ ଢଗ ] କଟକ! ଛଟକ ଦେଖାଇ କରେ ଅଟକ।