Back

ଅଟା


  1. Aṭā (ଦେ.ବି.) - ଶସ୍ୟର ଚୂର୍ଣ୍ଣ Powdered corn; flour.

  2. ଗହମର ଚୂନା Wheat flour.

  3. ନିଆଁ ବଡ଼ିଆ, ଘରେ ଧୂଆଁ ଦେଇ ମଶା ମାଛିଙ୍କ ଉପଦ୍ରବ ନିବାରଣ, କରିବା ପାଇଁ କିମ୍ବା ଭବିଷ୍ୟତରେ ପିକା ଖାଇବା, ଦୀପ ଲଗାଇବା ଆଦି କାମ ପାଇଁ ଅଗ୍ନି ସଂରକ୍ଷଣାର୍ଥ ବେଣୀ ପରି ମୋଡ଼ା ହୋଇଥିବା କୁଟା ବା ନଡ଼ା Plaited straw used for preserving fire and for fumigation.





[ ଦ୍ର ] ଗହମକୁ ଚକିରେ ଚୁରିଲେ ଯେଉଁ ଚୂନା ହୁଏ, ତାକୁ ସାଧାରଣତଃ ଅଟା ବୋଲାଯାଏ। ଅଟାକୁ ଚାଲୁଣିରେ ଚଲାଇଲେ ଯେଉଁ ସୂକ୍ଷ୍ମ ଚୂନା ବାହାରେ, ତାକୁ ମଇଦା ବୋଲାଯାଏ, ଯେଉଁ ଗହମ ଖୁଦ ବାହାରେ ତାକୁ ସୂଜୀ ବୋଲାଯାଏ ଓ ଯେଉଁ କାଣ୍ଡିଆ କୁଣ୍ଡା ବାହାରେ ତାକୁ ଚୋକଡ଼ ବୋଲାଯାଏ।