Back

ଅଠର ଗଡ଼ଜାତ


  1. Aṭhara gaṟḍ̠ajāta (ଦେ.ବି.) - ପ୍ରାଚୀନ ଉତ୍କଳର ସୀମା ମଧ୍ୟରେ ଥିବା ଅଠରଗୋଟି ଗଡ଼ ବା ରାଜ୍ୟର ସମଷ୍ଟି A cluster of eighteen native states within ancient Or̲ḍ̠iṡā (Odisha)



 [ ଦ୍ର ]  ଏହି ଅଠରଟି ରାଜ୍ୟ ହୀରାଖଣ୍ଡ ବା ସମ୍ବଲପୁର ଛତ୍ରପତି ରାଜାଙ୍କ ଅଧୀନ ଥିଲା; ଏ ଅଠର ଗଡ଼ଜାତର ନାମ ୧. ରାୟଗଡ଼, ୨. ସାରଙ୍ଗଗଡ଼; ୩. ପାଟଣା, ୪. ସୋନପୁର, ୫. ରେଢ଼ାଖୋଲ, ୬. ବାମଣ୍ଡା, ୭. ବଉଦ, ୮. ଗାଙ୍ଗପୁର, ୯. ବଣାଇ, ୧୦. ଶକ୍ତି, ୧୧. ବେନ୍ଦ୍ରାନୁଆଗଡ଼, ୧୨. ଖଡ଼ୀଆଳ, ୧୩. ଫୁଲଝର, ୧୪. ବୋଡ଼ା - ସମ୍ବର, ୧୫. ସମ୍ବଲପୁର, ୧୬. ଚନ୍ଦ୍ରପୁର, ୧୭. ଆଠମଲ୍ଲିକ, ୧୮. ବରଗଡ଼। [ସର୍ ରିଚାର୍ଡ ଟେମ୍ପଲଙ୍କ ରିପୋର୍ଟ୍ ଓ ରାଖାଲଦାସ ଓଡ଼ିଶା ଇତିହାସ, ଦ୍ବିତୀୟ ଭାଗ। ଏଥିମଧ୍ୟରୁ କେତେଗୁଡ଼ିଏ ବର୍ତ୍ତମାନ ଓଡ଼ିଶା ଗଡ଼ଜାତ ଓ କେତେକ ମଧ୍ୟପ୍ରଦେଶ ଗଡ଼ଜାତ।]




  • ଇଂରାଜମାନେ ଓଡ଼ିଶା ଅଧିକାର କରିବା ପରେ ତାଙ୍କ ସଙ୍ଗେ ସନ୍ଧି କରିଥିବା ଅଠରଟି ରାଜ୍ୟ  A cluster of eighteen native states which became feudatory states under the British Government when they came to possess Oṟḍ̠iṡā.  ଯଥା - ୧. ମୟୂରଭଞ୍ଜ; ୨. କେନ୍ଦୁଝର, ୩. ଢେଙ୍କାନାଳ; ୪. ବଉଦ; ୫. ଖଣ୍ଡପଡ଼ା; ୬. ଦଶପଲ୍ଲା; ୭. ନୂଆଗଡ଼; ୮. ତାଳଚେର; ୯. ନୀଳଗିରି; ୧୦. ହିନ୍ଦୋଳ; ୧୧. ଆଠମଲ୍ଲିକ; ୧୨ ରଣପୁର; ୧୩. ନରସିଂହପୁର; ୧୪. ଆଠଗଡ଼; ୧୫. ପାଲଲହଡ଼ା; ୧୬. ବଡ଼ମ୍ବା; ୧୭. ତିଗିରିଆ ଓ ୧୮.ଅନୁଗୁଳ