Back

ଅଠାକାଠି

Also : [ ଅଠାକାଣ୍ଡିଆ ] 




  1. Aṭhākāthi (ଦେ.ବି.) - କେଳାମାନେ ପକ୍ଷୀ ଧରିବାପାଇଁ ନଳ ଅଗରେ ଯୋଖିବା ଅଠାଯୁକ୍ତ କାଠି A bird-twig; a reed smeared with bird-lime attached to the end of a telescopic series of sticks (fitted to the end of each other) used by birdcatchers to catch birds by entangling them.

  2. (ଲକ୍ଷଣାର୍ଥ) ଚକ୍ରାନ୍ତ; ବିପଦ; ଫାନ୍ଦ Conspiracy; danger; snare. (ଯଥା - ସେ ମୋତେ ଅଠାକାଠିରେ ପକାଇ ଦେଲା।)



     [ ଦ୍ର ] କେଳାମାନେ ପକ୍ଷୀ ଶିକାର କରିବାକୁ ଯେଉଁ 'ନଳ' ବ୍ୟବହାର କରନ୍ତି, ସେ ନଳର ଅଗମାନଙ୍କୁ ଅନ୍ୟ ନଳର ମୂଳରେ ଥିବା ଛିଦ୍ରରେ ପୂରାଇ ଯୋଖିଲେ, ନଳମାନ ୨୦/୨୫ ହାତ ପର୍ଯ୍ୟନ୍ତ ବଢ଼ିଯାଏ। ସବା ଉପରେ ଥିବା ନଳର ଅଗରେ ମୁନିଆ କେଞ୍ଚା ଥାଏ, କିମ୍ବା ଅଠାକାଠି ଥାଏ। କେଳା ଗଛ ତଳେ ଲୁଚି ଠିଆ ହୋଇ, ପକ୍ଷୀ ବସିଥିବା ସ୍ଥାନକୁ ପକ୍ଷୀର ପେଟ ତଳକୁ ଲକ୍ଷ କରି ସେ ନଳକୁ ଭୂଷି ଦିଏ। କେଞ୍ଚା ପକ୍ଷୀର ପେଟରେ ପଶିଗଲେ ପକ୍ଷୀ ମରିଯାଏ; କିନ୍ତୁ ଅଠାକାଠି ଲାଗିଲେ ପକ୍ଷୀ ଅଠା କାଠିରେ ଲାଗିଯାଏ ଓ ଉଡ଼ି ପଳାଇ ପାରେନାହିଁ। କେଳା କ୍ରମଶଃ ନଳମାନଙ୍କୁ ଗୋଟି ଗୋଟି କରି ହୁଗାଳି ତଳକୁ ଖସାଇ ଆଣେ ଓ ସେଥି ଅଗରେ ଲାଗିଥିବା ପକ୍ଷୀକୁ ଧରେ।