Back

ଅଡ଼ା


  1. Aṟḍ̠ā (ଦେ.ବି.) - (ସଂ. ଅଟ୍ଟ) ଆଡ୍ଡା; ସବାରିକାନ୍ଧିଆ ବେହେରା ବା ମୂଲିଆମାନେ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କାମ ପାଇବା ଅପେକ୍ଷାରେ ବସିଥାଆନ୍ତି A stand for palky-bearers or journey men labourers.

  2. ଶୁଆ ଆଦି ପୋଷା ପକ୍ଷୀ ବସିବା ପାଇଁ ନିର୍ମିତ ବକ୍ର ଲୌହଶଲାକା A perch for domesticated birds.

  3. ଆଖଡ଼ାଘର; ନୃତ୍ୟଗୀତ ବ୍ୟାୟାମାଦି ଶିଖିବା ସ୍ଥାନ A place where men are trained in singing, music and gymnastics.

  4. ଶକଟାଦି ରହିବା ସ୍ଥାନ Cart-stand.

  5. ଅଟେଇ; ଗୋରୁଗାଈ ରହିବା ପାଇଁ ବାଡ଼ ଦିଆଯାଇଥିବା ସ୍ଥାନ An enclosure for cattle.

  6. ଯେଉଁ ସ୍ଥାନରେ ବିକ୍ରି ହେବା ପାଇଁ ଅନେକଗୁଡ଼ିଏ ଘୋଡ଼ା ରଖା ଯାଇଥାନ୍ତି A stall; a place where a number of horses are kept for sale.

  7. (ସଂ. ଅର୍ଗଳ) ଅଲଗଡ଼ା; ଆଡ଼କାଠ; କବାଟର କିଳିଣୀ A cross-bar.

  8. ଉଚ୍ଚ କୋଠରି  A high room.

  9. ଅନିଷ୍ଟ; ରିଷ୍ଟ  Evil; mishap.

  10. (ସଂ. ଅରାଳ) ଘରର ଦୁଇ ପାଖର ଶେଣି ଉପରେ ଆଡ଼ ବାଗରେ ପକାଯିବା ବାଉଁଶ (ଏହି ବାଉଁଶମାନ ପକାଇ ଘରର ଚାଳ ତଳେ ଭାଡ଼ି କରାଯାଏ) Cross-beam laid across the side-beams of a thatched house.

  11. (ପ୍ରା./ଗଡ଼ଜାତ) - ବନ୍ୟ ପଶୁମାନେ ଦଳ ବାନ୍ଧି ରହିବା ସ୍ଥାନ A place where wild beasts stay in herds.

  12. (ପ୍ରା./ସମ୍ବଲପୁର) - ଅଲଗୁଣି; ଲୁଗା ଆଦି ରଖିବାପାଇଁ ବ୍ୟବହୃତ ଦୁଇ ମୁଣ୍ଡରେ ଦଉଡ଼ିଦ୍ୱାରା ଉକୁଚା ହୋଇଥିବା ବଂଶଦଣ୍ଡ A pole used as clothes-rack.

  13. (ପ୍ରା./ଗଞ୍ଜାମ) - ତୋଳା ଓଜନର ଶସ୍ୟ ବା ଦୁଗ୍ଧାଦିର ପରିମାଣ A measure of corn or liquid equal to 64 Tolas. [ 64 ତୋଳା = 1 ଅଡ଼ା, 1 ଅଡ଼ା = 2 ବୋଡ଼ା, 1 ବୋଡ଼ା = 2 ସୋଲା, 1 ସୋଲା =4 ପାଆ, 1 ପାଆ = 2 ଅଦ୍ଧା (ବା ଗିଦ୍ଧା) ]

  14. (ପ୍ରା./ଗଞ୍ଜାମ) - ତୋଳା ଓଜନର ଶସ୍ୟ ବା ଦୁଗ୍ଧ ଆଦି ମାପିବାର ମାଟି ବା ପିତଳ ପାତ୍ର An earthen or brass pot for measuring corn or liquid.

  15. (ପ୍ରା./ସିଂହଭୂମ) - (ବି.) - ଟସର ପୋକ ବା ପାଟ ପୋକ ଆବାଦ କରିବା କର୍ମ Sericulture.

  16. (ପ୍ରା./କେନ୍ଦ୍ରାପଡ଼ା) - (ବି.) - ତଡ଼ା; ମୋଟ ବାଉଁଶ ଯାହା ପଥର ବା କାଠ ଆଦିକୁ ଘୁଞ୍ଚାଇବାରେ ବ୍ୟବହୃତ ହୁଏ A piece of thick bamboo pole used as a lever to move heavy logs or stones.

  17. (ଦେ.ବିଣ.) - ଯେଉଁ ଘୋଡ଼ା ଅଡ଼େ  Jibbing; obstinate (horse).