Back

ଅଡ଼ାଇବା

Also : [ ହୁରୁଡ଼ାଇବା, ଅଡ଼େଇବା ]




  1. Aṟḍ̠āibā (ଦେ.କ୍ରି.) - ପଛରେ ରହି ପଶୁମାନଙ୍କୁ ଆଗକୁ ଚାଳିତ କରିବା To drive a beast or beasts from behind.

  2. ରଥ ବା ଶକଟରେ ଲାଗିଥିବା ଘୋଡ଼ା ଆଦିଙ୍କୁ ଚାଳିତ କରିବା; ହଙ୍କାଇବା To drive a horse as a driver of a vehicle.

  3. ଶକଟାଦିରେ ଲାଗିଥିବା ପଶୁଙ୍କୁ ଚଳାଇବା ଦ୍ୱାରା ଶକଟକୁ ଏକ ପାଖକୁ ନେବା To take a cart to one side by driving.

  4. ଗୋରୁ ବାଛୁରି ଆଦିଙ୍କୁ ଜଗିବା To tend cattle etc.

  5. ପଶୁ ଆଦିଙ୍କୁ କୌଣସି ସ୍ଥାନରୁ ତଡ଼ିଦେବା To drive away cattle from any place.

  6. ପଶୁପକ୍ଷୀଆଦିଙ୍କୁ କୌଣସି ସ୍ଥାନରୁ ହୁରୁଡ଼ାଇ ଦେବା To scare away birds and beasts.



     [ ଦ୍ର ]  ଅଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା ଓ ଯିବା କ୍ରିୟା ଲାଗେ । ଯଥା - ଅଡ଼ାଇ ଦେବା, ଅଡ଼ାଇ ଦିଅ, ଅଡ଼ାଇ ଆଣିବା ଇତ୍ୟାଦି।