Back

ଅଡ଼ିବା


  1. Aṟḍ̠ibā (ଦେ.ବି.) - ହଟ କରିବା; ଏକ ଜିଦି ଧରି ବସିବା To insist; to importune; to become obstinate.

  2. କୃତସଂକଳ୍ପ ହେବା; କୃତନିଶ୍ଚୟ ହେବା To be resolved on a thing.

  3. ରୁଷି ବସିବା; ରୁଷ୍ଟ ହେବା To fall out; to become sullen with displeasure.

  4. (ଘୋଡ଼ା) ଚାଲୁ ଚାଲୁ ଆଗକୁ ନ ଯାଇ ଅଟକିବା; ଜମିବା To jibb (said of a horse).

  5. ନାରାଜ ହେବା; କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା To give vent to unwillingness to do a work; to refuse to do something.

  6. ବିଗିଡ଼ିବା, ପ୍ରକୂପିତ ହେବା To be out of order. (ଯଥା - ଭୋଜି ଖାଇ ମୋ ପେଟ ଅଡ଼ିଛି)

  7. ରୁନ୍ଧି ହେବା; (ପବନ) ଅଟକିବା To be suffocated. (ଯଥା - ବେକରେ ପବନ ଅଡ଼ିବାରୁ ମୁଁ ମୁହଁ ବୁଲାଇ ପାରୁ ନାହିଁ)

  8. ଅବାଧ୍ୟ ହେବା To become disobedient. (ଯଥା - ମୂଲ କମାଇ ଦେବାରୁ କାରିଗରମାନେ ଅଡ଼ିଛନ୍ତି)

  9. ଅସନ୍ତୁଷ୍ଟ ହେବା To be displeased. (ଯଥା - ସେ ପୁଅକୁ ବିଲାତ ପଠାଇବାରୁ ତାଙ୍କ ଜାତିଭାଇଯାକ ଅଡ଼ି ବସିଛନ୍ତି)

  10. ପ୍ରକାଶ୍ୟରେ ବିରୋଧୀ ହେବା To oppose openly.