Back

ଅଣସର


  1. Aṇasara (ଦେ.ବି.) - (ସଂ. ଅନବସର)  ଯେଉଁ ସମୟରେ ଯାତ୍ରୀମାନଙ୍କୁ ଦର୍ଶନ ଦେବାପାଇଁ ଜଗନ୍ନାଥଙ୍କୁ ଅବସର ନ ଥାଏ) ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ କାଳ; ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ପନ୍ଦର ଦିନ କାଳ  The dark fortnight of the month of Āshāṟḍ̠ẖa when pilgrims can not see the three idols at Puri.





 [ ଦ୍ର ] ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତତ୍ରୟ ଉପରେ ପାଣି ଢଳା ହୋଇ ତାଙ୍କୁ ସ୍ନାନ କରାଯାଏ; ତେଣୁ ସେ ମୂର୍ତ୍ତିମାନଙ୍କ ଉପରୁ ରଙ୍ଗ ଛାଡ଼ିଯାଏ। ମୂର୍ତ୍ତିମାନଙ୍କୁ ସ୍ନାନମଣ୍ଡପରୁ ନେଇ ଗୋଟିଏ 'ଗୁମୁଟ' ଘରେ ରଖି, ସେହିଠାରେ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚିତ୍ରକାରମାନେ ଚିତ୍ର କରନ୍ତି। ରଙ୍ଗ କରାଯାଉଥିବା ମୂର୍ତ୍ତିଙ୍କ ସମ୍ମୁଖରେ ଗୋଟିଏ ତାଟି (ଅଣସର ତାଟି) ଡେରା ହୋଇଥାଏ। ମୂର୍ତ୍ତିମାନେ ସ୍ନାନ କରିବାକୁ ତାଙ୍କୁ ଶରଦ ଧରିଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ ଓ ସେ ସମୟରେ ଯାତ୍ରୀମାନେ ମୂର୍ତ୍ତିମାନଙ୍କୁ ସାକ୍ଷାତ ଦର୍ଶନ ନ କରି, ଅଣସର ତାଟିକୁ ଦର୍ଶନ କରନ୍ତି। 






  • ଅଣସର (୨)




  1. (ଗ୍ରା.ବି.) - (ସଂ. ଅସ୍ପୃଶ୍ୟ) ଅସ୍ପୃଶ୍ୟ; ଅଛବ (ଜାତି)  Untouchable.

  2. (ଦେ.ବିଣ.) - ଇତର; ସାଧାରଣ Common (people).

  3. (ଗ୍ରା.) - ନୀଚ Low; mean.