Back

ଅଣିମାଣ୍ଡବ୍ୟ


  1. Aṇimāndabya (ସଂ.ବି.) - ବ୍ୟକ୍ତିର ନାମ; ଅଣି ବା ଶୂଳାଗ୍ର ଯୋଗୁଁ ଚିହ୍ନିତ ବା ବିଖ୍ୟାତ ମାଣ୍ଡବ୍ୟ)  ମୁନିବିଶେଷ—Name of a sage.

     [ ଦ୍ର ] ଏହାଙ୍କର ନାମ ମାଣ୍ଡବ୍ୟ; ଏକ ସମୟରେ ଖଣ୍ଟମାନେ ରାଜାଙ୍କ ଘରୁ ଗୁଡ଼ିଏ ଜିନିଷ ଚୋରି କରି ସେତେବେଳେ ତାହା ଘରକୁ ବୁହାଇ ନେବାକୁ ସୁବିଧା ନ ହେବାରୁ, ଏ ମୁନି ତପସ୍ୟା କରୁଥିବା ସ୍ଥାନରେ ସେ ମାଲ ତକ ରଖିଦେଇ ପଳାଇଗଲେ। ପରେ ରାଜ  କର୍ମଚାରୀମାନେ ଚୋରା ମାଲ ଖୋଜି ଖୋଜି ଏହାଙ୍କ ନିକଟରେ ସେଗୁଡ଼ିକ ଥିବାର ଦେଖି, ମୁନିଙ୍କୁ ଚୋର ବୋଲି ସ୍ଥିରକରି, ତାଙ୍କୁ ଶୂଳୀରେ ଚଢ଼ାଇଲେ ଓ ଶୂଳରେ ଏ ପ୍ରାଣତ୍ୟାଗ କଲେ। ପ୍ରାଣତ୍ୟାଗ କରିବା ପରେ ଏ ଯାଇ ଯମଙ୍କୁ ପଚାରିଲେ "ମୁଁ ତ ରଜାଘର ମାଲ ଚୋରି କରି ନଥିଲି, ମତେ କିଆଁ ଏ ଶୂଳି ଦଣ୍ଡ ହେଲା?" ଯମ ଉତ୍ତର ଦେଲେ, "ତୁମେ ପିଲାଦିନେ ଖେଳୁ ଖେଳୁ ଗୋଟିଏ ପତଙ୍ଗକୁ କଣ୍ଟାରେ ଫୋଡ଼ିଥିଲ ବୋଲି, ଏ ଦଣ୍ଡ ଭୋଗ କଲ।" ଲଘୁ ଦୋଷ ପାଇଁ ଯମ ଗୁରୁ ଦଣ୍ଡର ବ୍ୟବସ୍ଥା କରିଥିବା ଯୋଗୁଁ ମାଣ୍ଡବ୍ୟ ଯମଙ୍କୁ ଅଭିଶାପ ଦେଲେ ଓ ସେହି ଅଭିଶାପ ଫଳରେ ଯମ ଶୂଦ୍ରଯୋନିରେ ବିଦୁର ହୋଇ ଜନ୍ମଗ୍ରହଣ କଲେ - [ମହାଭାରତ।]