Back

ଅଣୁ


  1. Aṇu (ସଂ.ବିଣ.) - ଅତି କ୍ଷୁଦ୍ର Very small.

  2. ଅତି ସୂକ୍ଷ୍ମ  Infinitesimal; atomic.

  3. (ସଂ.ବି.) - ଅତି କ୍ଷୁଦ୍ରାଂଶ; ସୂକ୍ଷ୍ମାଂଶ; ସୂକ୍ଷ୍ମତମ ଅଂଶ Small particle; atom.

  4. ପଦାର୍ଥର କ୍ଷୁଦ୍ରତମ ଅଂଶ; କଣିକା; କଣା The smallest or minutest part of a thing.

  5. ବାୟୁରେ ଭାସମାନ ଅତି ସୂକ୍ଷ୍ମ ଧୂଳିକଣା (ଯାହା ସୂର୍ଯ୍ୟ  କିରଣରେ ଦେଖା ପଡ଼େ) Mote or particle of dust floating in the air and visible in the sunbeam.

  6. ସୂକ୍ଷ୍ମଧାନ୍ୟ; ଅତି କ୍ଷୁଦ୍ର ଶସ୍ୟ (ଯଥା - ଚିନା, ସୋରିଷ, ସୁଆଁ); ଅଣୁଧାନ୍ୟ Minute grains.

  7. ଅତି ସୂକ୍ଷ୍ମ କାଳ; ଏକ ମୁହୂର୍ତ୍ତ ବା ୪୮ ମିନିଟର ୧/୫୪୬୭୫୦୦୦ ଭାଗ; ଏକ ସେକେଣ୍ଡର ପ୍ରାୟ ୧/୧୯୦୦୦  ଭାଗ A very minute part of time.

  8. ସଙ୍ଗୀତ ଶାସ୍ତ୍ରକଥିତ ପାଞ୍ଚ ମାତ୍ରା ମଧ୍ୟରୁ ଏକତମ One of the five measures in Hindu music. (ପାଞ୍ଚଟି ମାତ୍ରା, ଯଥା - ଅର୍ଦ୍ଧ, ହ୍ରସ୍ୱ, ଦୀର୍ଘ, ପ୍ଲୁତ ଓ ଅଣୁ)