Back

ଅଣ୍ଟା ସଳଖିବା


  1. Aṇṭā saḻakhibā (ଦେ.କ୍ରି.) - ଏକାଦିକ୍ରମେ କିଛିକାଳ କୌଣସି ପରିଶ୍ରମସାଧ୍ୟ କାମ କରିବା ଯୋଗୁଁ ଅଣ୍ଟା ପିଠି ଲାଗି ଗଲେ ବା ଘୋଳି ହେଲେ କିଛିକାଳ ଠିଆ ହୋଇ ଦେହକୁ ଓ ଅଣ୍ଟାକୁ ସିଧା କରିବା To straighten one's body and waist after working hard for some time at a stretch.

  2. ଶ୍ରମ ମେଣ୍ଟାଇବା ପାଇଁ କିଛିକ୍ଷଣ ବିଶ୍ରାମ ନେବା To take rest for being relieved of wearinness after hard labour.

  3. (ପ୍ରାଦେ./ସମ୍ବଲପୁର; ଗଡ଼ଜାତ) - ପହିଲି ପାଳି ଯାଇଥିବା ଝିଅ କିଛିଦିନ ସ୍ୱାମୀଘରେ ଖଟିବା ପରେ କିଛିଦିନ ପାଇଁ ବାପଘରକୁ ଆସିବା  (said of a young wife) To return to the parents' house after passing some days with the husband after consummation of marriage.