Back

ଅତସୀ

Category : [ Plant ]



Also : [ ଅତସୀ ଚଣା ] 



Other Name : [ ଉମା; ରୁଦ୍ରପତ୍ନୀ; ମସୃଣା ମସିନା; ତିସୀ ଅଲସୀ; ତୀସି. ଆବିଷେ, ନଳୟଗସି, ଅଳସୀ ]




  1. Atasi (ସଂ.ବି.) - ଫେଶୀ; ପେଶୁ Linseed; Linum Usitatissimum.





 [ ଦ୍ର ] ଏହା ଏକ କୃଷିଜାତ ତୈଳପ୍ରଦ ବୀଜଯୁକ୍ତ ଗୁଳ୍ମ; ଏହି ଗୁଳ୍ମର ମଞ୍ଜି ପେଶୁ ବା ତିସି ଅଟେ। ଏ ଗୁଳ୍ମର ଫୁଲ ପଞ୍ଚଦଳ, ଈଷତ୍ ଶ୍ୟାମଳ ବା ଆକାଶ ପରି ନୀଳବର୍ଣ୍ଣ; ଏଥିର ଡାଙ୍ଗକୁ ପାଣିରେ ସଢ଼ାଇଲେ ଏଥିରୁ ଯେଉଁ ସୂକ୍ଷ୍ମ ଅଂଶୁ ବାହାରେ ତାହା ଝୋଟ ଅପେକ୍ଷା ଦୃଢ଼ ଓ ମସୃଣ। ବୈଦ୍ୟଶାସ୍ତ୍ର ମତରେ ଏହା ମଧୁରରସ, ସ୍ନିଗ୍ଧ; ଗୁରୁ, ବଳକାରକ, କଫବର୍ଦ୍ଧକ, ବାୟୁ ଓ ପିତ୍ତନାଶକ; ଏହା ଶୁକ୍ର ଓ ଦୃଷ୍ଟି ଶକ୍ତିର ହାନୀକର। ଏଥିର ବୀଜର ତୈଳ ମଳକାରକ, ଅଗ୍ନିବର୍ଦ୍ଧକ ଓ ଅବିରେଚକ; ଏଥିର ବୀଜର ତୈଳ ନୟନସୁକ୍ ତେଲ (Linseed oil) ନାମରେ ରଙ୍ଗରେ ମିଶାଯାଏ।