Back

ଅତିବଡ଼ୀ


  1. Atibaṟḍ̠ī (ଦେ.ବି.) - ଚୈତନ୍ୟ ଦେବଙ୍କ ସମସାମଯିକ ଓଡ଼ିଆ ଭାଗବତ ପ୍ରଣେତା ଭକ୍ତକବି ଜଗନ୍ନାଥ ଦାସଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ Name of the sect of Ba̲i̱shṅabas started by the poet-devotee Jagannātha Dāsa whom Cha̲i̱tanya styled Atibaṟḍ̠a.

  2. (ଦେ.ବିଣ.) - ଅତିବଡ଼ୀ ସମ୍ପ୍ରଦାୟ ସମନ୍ଧୀୟ Relating to the Atibaṟḍ̠i sect.



 [ ଦ୍ର ]  ଶ୍ରୀ ଚୈତନ୍ୟଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ବଡ଼ ଦେଉଳ ବେଢ଼ାମଧ୍ୟସ୍ଥ ଅକ୍ଷୟ ବଟମୂଳରେ ଜଗନ୍ନାଥ ଦାସ ତାଙ୍କ ଅନୁଦିତ ଓଡ଼ିଆ ଭାଗବତ ୧୦ମ ଓ ୧୧ଶ ସ୍କନ୍ଧ (ବ୍ରହ୍ମଜ୍ଞାନ) ପାଠ କରୁଥିଲେ। ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତି ପ୍ରବଣତାରେ ମୁଗ୍ଧ ହୋଇ 'ଅତିବଡ଼' ଉପାଧିରେ ଡାକିଲେ। ତଦବଧି ଜଗନ୍ନାଥ ଦାସଙ୍କ ପ୍ରଚାରିତ ବୈଷ୍ଣବ ସମ୍ପ୍ରଦାୟ ଅତିବଡ଼ୀ ନାମରେ ବିଖ୍ଯାତ। ଏ ସମ୍ପ୍ରଦାୟର ସାଧକମାନେ ଜ୍ଞାନ ସାଧନ, ଦେହରେ ବାୟୁ ସାଧନ, ଶରୀର ଭେଦ ନାମକ ତାନ୍ତ୍ରିକ ସାଧନ ଓ ଜ୍ୟୋତି ଦର୍ଶନ ଆଦିକୁ ଧର୍ମର ବିଶିଷ୍ଟ ସାଧନାଙ୍ଗ ବୋଲି ଗ୍ରହଣ କରନ୍ତି। ନେମାଳମଠର ପୁରୁଷାନୁକ୍ରମିକ ଶିଷ୍ୟ ଓଡ଼ିଶାର ଗୋପାଳ ଜାତିଙ୍କ ଛଡ଼ା ଓଡ଼ିଶାର ଅନ୍ୟ ସମସ୍ତ ଶୂଦ୍ରମାନେ ଅତିବଡ଼ୀ ସମ୍ପ୍ରଦାୟଭୁକ୍ତ ଅଟନ୍ତି।]