Back

ଅତିଶୟୋକ୍ତି


  1. Atiṡayokti (ସଂ.ବି.) - (କର୍ମଧା; ଅତିଶୟ+ଉକ୍ତି) କାବ୍ୟର ଅଳଙ୍କାରବିଶେଷ; ଅତ୍ୟୁକ୍ତି; ଅତିରଞ୍ଜିତ ବର୍ଣ୍ଣନା; ସ୍ୱରୂପ ଅପେକ୍ଷା ଅତିରିକ୍ତ ବର୍ଣ୍ଣନା A figure of speech; hyperbole.

  2. କୌଣସି ବସ୍ତୁ, ବିଷୟ ବା ବ୍ୟକ୍ତି ସମ୍ବନ୍ଧରେ ସ୍ୱଭାବାତିରିକ୍ତ ବର୍ଣ୍ଣନା Exaggeration.

  3. ବାଗାଡ଼ମ୍ବର Verbosity.

  4. ଅତ୍ୟୁକ୍ତିପୂର୍ଣ୍ଣ ଭାଷା Hyperbolical language.

  5. କଥାର ବାଲିଙ୍ଗ୍ ବା ଚାଖାନି Extreme assertion. 




  •  [ ଦ୍ର ] ପ୍ରକୃତ ବିଷୟ (ଉପମେୟ)ର ଅଧଃକରଣ ହେତୁରୁ ଅପ୍ରକୃତ ବିଷୟ (ଉପମାନ)ରେ ଯେଉଁ ସିଦ୍ଧ ଅଧ୍ୟବସାୟ ହୁଏ; ତାହାକୁ ଅତିଶୟୋକ୍ତି ବୋଲାଯାଏ। କୌଣସି ବସ୍ତୁକୁ ବର୍ଣ୍ଣନା କଲାବେଳେ ଯେବେ ତାକୁ ଅସମ୍ଭବ ବା ଅବାସ୍ତବ ବସ୍ତୁ ବା କାଳ୍ପନିକ ବସ୍ତୁ ସଙ୍ଗେ ତୁଳନା କରାଯାଏ ତେବେ ଅତିଶୟୋକ୍ତି ହୁଏ। ଯଥା— ଜୀବନକ ନୀଳ ଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସ ବିଲୋଳ। ଜାତ କଲା ଗର ଜରଜର ଶର, ନିକର ବରଷା ଖରତର। କବିସୂର୍ଯ୍ୟ, କିଶୋରୀଚମ୍ପୂ ଏଠାରେ ଉପମେୟ ଚକ୍ଷୁଦ୍ୱୟ ଓ ମୁଖକୁ ଅଧଃକରଣ କରି ତାହା ସ୍ଥାନରେ ଯଥାକ୍ରମେ ନୀଳ ଜଳଜଯୁଗଳ ଓ ବିଧୁବିମ୍ବକୁ ସିଦ୍ଧ କରାଯିବାରୁ ଏହା ଅତିଶୟୋକ୍ତି।

  • ଅସମ୍ବନ୍ଧରେ ସମ୍ବନ୍ଧରୂପ ଅତିଶୟୋକ୍ତି ଅଳଙ୍କାର। ଯଥା - ଆଜି ଦିପହରେ ଗୁଡ଼ାଏ ନିଆଁ ବରଷି ଗଲା। ତାଙ୍କୁ ଜର ହୋଇ ତାଙ୍କ ଦିହରେ ଖଇ ଫୁଟୁଛି। ଏ ସମ୍ବାଦ ଶୁଣି ମୋ ଛାତି ଫାଟିଗଲା।