Back

ଅତୁଣ୍ଡି

Also : [ ଆତୁଣ୍ଡି ]




  1. Atuṇḍi (ପ୍ରା.ଗଡ଼ଜରତ) - ଏକ ଜାତୀୟ ଲତା A wild creeper; Calycopteris Floribunda.



 [ ଦ୍ର ]  ଏହା ଦୁଇ ପ୍ରକାରର - କଳା ଓ ଧଳା। ପ୍ରଥମେ ମୂଳରୁ ଗଛ ପରି ଉଠେ; ପରେ ଗଣ୍ଡିର ଡାଳମାନ ଝଙ୍କା ମେଲି ଲତା ଆକାର ଧରେ। ଏହାର ପତ୍ରକୁ ବ୍ରଣ ଓ ଘାଆରେ ପକାନ୍ତି ଏବଂ ପତ୍ରକୁ ବାଟି ତଳିପାର ବାଲିଜନ୍ଦା ଘାଆରେ ବୋଳିଲେ ତାହା ଭଲ ହୁଏ। କିନ୍ତୁ କିଛିଦିନ ସକାଶେ ତଳିପା କଳା ପଡ଼ିଯାଏ। କଅଁଳ ପତ୍ରଗୁଡିକ ସଫା ଦେଖାଯାନ୍ତି। ଧଳା ଆତୁଣ୍ଡି ଗଛର ପତ୍ର ଗୋଲ ଓ କଳା ଆତୁଣ୍ଡିର ପତ୍ର ଅଣ୍ଡାକାର।