Back

ଅତ୍ରି


  1. Atri (ସଂ.ବିଣ.) -  (ବୈଦିକ) ଗିଳା; ଯେ ବହୁତ ଗିଳେ (vedic) Devouring.

  2. (ସଂ.ବି.) - (ନାମ) ସପ୍ତର୍ଷି ମଧ୍ୟରୁ ଏକତମ Name of a famous sage. (ସପ୍ତର୍ଷିଙ୍କ ନାମ, ଯଥା - ମରୀଚି; ଅତ୍ରି; ଅଙ୍ଗିରା; ପୁଲସ୍ୟ; ପୁଲହ; କ୍ରତୁ; ବଶିଷ୍ଠ)

  3. ସପ୍ତର୍ଷିମଣ୍ଡଳର ଗୋଟିଏ ତାରା (ଲାଞ୍ଜ ଆଡ଼ୁ ଗଣିଲେ ଚତୁର୍ଥ ତାରା; ଲାଞ୍ଜ ମୂଳରେ ଥିବା ତାରା) One of the stars in the constellation Great Bear.



 [ ଦ୍ର ]  ଏ ବ୍ରହ୍ମାଙ୍କ ୧୦ ଟି ମାନସପୁତ୍ରରୁ ଏକତମ। ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ଜାତ ହୋଇଥିଲେ। ଦଶ ପୁଅଯାକ ଶିବଙ୍କ ଶାପରେ ମୃତ ହେବାରୁ ବ୍ରହ୍ମା ଯଜ୍ଞ କଲେ ଓ ଯଜ୍ଞାଗ୍ନିଶିଖାରୁ ଅତ୍ରି ଦ୍ୱିତୀୟ ବାର ଜନ୍ମିଲେ। ଏ ଦୁଇ ଜନ୍ମରେ ଅନସୂୟା ତାଙ୍କ ପତ୍ନୀ ଥିଲେ। ପ୍ରଥମ ଜନ୍ମରେ ଅତ୍ରିଙ୍କ ଔରସରେ ଅନସୂୟାଙ୍କ ଗର୍ଭରୁ ଦତ୍ତ, ଦୁର୍ବାସା ଓ ସୋମ ଋଷି ଜନ୍ମିଥିଲେ। ଓ ଦ୍ୱିତୀୟ ଜନ୍ମରେ ଅର୍ଯ୍ୟମା ଋଷି ଓ ଅମଳାନାମ୍ନୀ କନ୍ୟା ଜନ୍ମିଥିଲେ। ରାମ ଓ ସୀତା ବନବାସ କାଳରେ ଏହାଙ୍କ ଆଶ୍ରମକୁ ଯାଇ ଋଷିଦମ୍ପତିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ। ଏ ଅନେକ ଗୁଡ଼ିଏ ବୈଦିକ ମନ୍ତ୍ର, ସଂହିତା ଓ ସ୍ମୃତି ରଚନା କରିଥିଲେ। ଏ ତପସ୍ୟା କଲାବେଳେ ଏହାଙ୍କ ନେତ୍ରରୁ ଚନ୍ଦ୍ର ଜନ୍ମି ଥିଲେ।]