Back

ଅଥାତା ହକରା


  1. Athātā hakarā (ବି.)(ପ୍ରାଦେ. ପୁରୀ ରାହାଙ୍ଗ ବ୍ରାହ୍ମଣ ଶାସନ) ଶାସନମାନଙ୍କର ପର୍ବଦିନ (ଯଥା - ଗହ୍ମାପୂର୍ଣ୍ଣିମା) ମାନଙ୍କରେ ଗ୍ରାମଠାକୁରଙ୍କ ଭୋଗର ହାକରା ବଣ୍ଟା ହେଲା ବେଳେ ଜଣେ ଜଣେ ମହାଜନଙ୍କ ନାମ ଡାକରା ହେଉଥାଏ। ସେ ମହାଜନ ଉପସ୍ଥିତ ହେଲାରୁ ସେବକ ତାଙ୍କ ହାତରୁ ତାଙ୍କ ପ୍ରାପ୍ୟ ହକରାର ଅଂଶ ଟେକି ଦିଏ। ହକରା ଡାକରା ହୋଇ ଦିଆଗଲାବେଳେ କୌଣସି ମହାଜନ ଉପସ୍ଥିତ ନ ଥିଲେ, ତାଙ୍କ ହକରା ରହିତ କରାଯାଇ ତାଙ୍କୁ କିଛି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ। ସେ ସେ ଅର୍ଥଦଣ୍ଡ ନ ଦେଲେ ତାଙ୍କର ପାରମ୍ପାରିକ ହକରା ପାଇବା ସ୍ୱତ୍ୱରୁ ସେ ବଞ୍ଚିତ ହୁଅନ୍ତି। ସେହି ଅର୍ଥଦଣ୍ଡକୁ ଅସ୍ତାତା କହନ୍ତି। Fine imposed on a Brāhmaṅa villager of purī Ṡāsana-villages who does not attend in time to take delivery of his share of the common offering to the village-deity.

  2. ରାହାଙ୍ଗଶାସନରେ ସ୍ଥାୟୀ ଭାବରେ ବାସ କରୁ ନ ଥିବା ଟଙ୍କିଦାରମାନଙ୍କ ନିକଟକୁ ପ୍ରେରିତ ହେବା ହକରା The allotment of a share of the common offering to the village-deity which is sent to non-resident Taṅkidārs of a Sāsana-village.