Back

ଅଦନ୍ତ


  1. Adanta (ସଂ.ବିଣ.) - (ବ୍ୟାକରଣ) ଯେଉଁ ଶବ୍ଦ ଶେଷରେ 'ଅତ୍' ଥାଏ (Grammar) Word ending with the affix 'at'. (ଯଥା -ଦଦତ୍, ଗଚ୍ଛତ୍, କର୍ବତ୍, ଦଧତ୍।)

  2. ଯେଉଁ ଶବ୍ଦର ଶେଷ ଅକ୍ଷର 'ଅ' ଅଟେ  (grammar) Word ending in the short vowel 'a'

  3. (ସଂ.ବିଣ.) - ଦନ୍ତହୀନ Toothless.

  4. ଯେଉଁ ଶିଶୁର ଦାନ୍ତ ଅବଧି ଉଠି ନାହିଁ  (a child) Who has not yet teethed.

  5. (ସଂ.ବି.) - ଜୋକ Leech.

  6. (ବୀରଭଦ୍ର ଦକ୍ଷଯଜ୍ଞ ନଷ୍ଟ କରିବା ସମୟରେ ସେହି କନ୍ଦଳରେ ଏହାଙ୍କ ଦାନ୍ତଯାକ ଭାଙ୍ଗି ଯାଇଥିବାରୁ) ଦ୍ୱାଦଶାଦିତ୍ୟ ମଧ୍ୟରୁ ଏକତମ; ପୁଷା Pushā one of the twelve sun Gods.




  • ଅଦନ୍ତା (ସ୍ତ୍ରୀ)