Back

ଅଦା

Other Name : [ ଆର୍ଦ୍ରିକା ଶୃଙ୍ଗବେର; ଅପାକଶାକ ଚନ୍ଦ୍ରୋଖ୍ୟ; ଶୃଙ୍ଗାବର; କଟୁଭଦ୍ର; ଶାର୍ଙ୍ଗ; କନ୍ଦର; ମହୀଜ; ସୈକତୋଟ; ଅନୂପଜ; ମୂଳଜ; କଟୂକୁଟ; ଗୁଳ୍ମମୂଳ; ରାହୁଚ୍ଛତ୍ର; ସୁଶାକ ଓ ଆର୍ଦ୍ରଶାକ ]



Adā  (ଦେ.ବି.) (ଆର୍ଦ୍ର=ଓଦା+କ; ଏହା ଅର୍ଦ୍ର ବା ରସମୟ ଥିବାରୁ)  ଅଦା; ଶୃଙ୍ଗବେର Ginger root; ginger; gingiber officenale.



[ ଦ୍ର ] ଏହା ହଳଦିଜାତୀୟ କୃଷିଜାତ ଶାକମୂଳ। ଏହାର ପତ୍ର ହଳଦୀପତ୍ର ପରି। ଏହି ମୂଳକୁ ଶୁଖାଇଲେ ଶୁଣ୍ଠି ହୁଏ। ଅଦା ଭେଦକ, ଗୁରୁ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଅଗ୍ନିକାରକ ଏବଂ ବାତ ଓ କଫନାଶକ। ଭୋଜନ ପୂର୍ବେ ଅଦା ଓ ଲୁଣ ଚୋବାଇଲେ ଖାଦ୍ୟ ଦ୍ରବ୍ୟର ଶୀଘ୍ର ପରିପାକ ହୁଏ। ଅଦାରସ ଓ ମହୁ ଖାଇଲେ କଫ ଓ ଶରଦ ଛାଡ଼ିଯାଏ। ଅଦାରସ ଓ ମହୁ ମୁଣ୍ଡରେ ମାଲିସ୍ କଲେ ମଥାଭ୍ରମ ଭଲ ହୁଏ। ଅଦାଦ୍ୱାରା ଜିହ୍ୱା ଓ କଣ୍ଠ ବିଶୋଧିତ ହୁଏ। ଗ୍ରୀଷ୍ମ ଓ ଶରତ୍‌ କାଳରେ ଏହା ହିତକର ନୁହେଁ। ଏହା ରୁଚିଜନକ, ସ୍ୱରବର୍ଦ୍ଧକ ଓ ଶୁକ୍ରଜନକ, ଆନାହ ଓ ଶୂଳରୋଗର ଶାନ୍ତିକାରକ।