Back

ଅଦାୟାଦ


  1. Adāyāda (ସଂ.ବିଣ.) - ଯେଉଁ ବ୍ୟକ୍ତିର କେହି ଉତ୍ତରାଧୀକାରୀ ନାହିଁ  Destitute of heirs; having no heir to inherit.

  2. ଆଇନ ଅନୁସାରେ ମୃତ ପିତାର ତ୍ୟକ୍ତ ସମ୍ପତ୍ତିରେ ଯେଉଁ ବଂଶଧର ବା ପୁତ୍ର ଉତ୍ତରାଧିକାରୀ ହୋଇ ନ ପାରେ (Descendant or son) Who is not entitled to inherit from his deceased father.




  • ଅଦାୟାଦା (ସ୍ତ୍ରୀ)



[ ଦ୍ର ] ମୃତବ୍ୟକ୍ତର କାନୀନ, ସହୋଢ଼, କ୍ରୀତ, ପୌନର୍ଭବ, ସ୍ୱୟଂଦତ୍ତ ଶୌଦ୍ର ପୁତ୍ରମାନେ -ରାମଶଙ୍କର, ମନୁସଂହିତା ୯-୧୬୦। ମନୁସଂହିତାରେ ମନୁଷ୍ୟର ପୁତ୍ର ବାର ଶ୍ରେଣୀରେ ବିଭକ୍ତ ହୋଇ ଅଛନ୍ତି ସେଥିମଧ୍ୟରୁ ଔରସ; କ୍ଷେତ୍ରଜ; ଦତ୍ତକ; କୃତ୍ରିମ; ଗୂଢ଼ୋତ୍ପନ୍ନ ଓ ଅବବିଦ୍ଧ; ଏ ଛଅ ଜଣ ଦାୟାଦ ବାନ୍ଧବ ଓ ଅପର ଛଅ ଜଣ ଅଦାୟାଦ ବାନ୍ଧବ ଅଟନ୍ତି - ରାମଶଙ୍କର, ମନୁସଂହିତା - ୯-୧୪୯