Back

ଅଦାଲତ


  1. Adālata (ବୈ.ବି.) - ବିଚାରାଳୟ; ଧର୍ମାଧିକରଣ; କଚେରି; କୋର୍ଟ A court of justice.

  2. ବିଚାରପତି Judge; presiding officer of a court.

  3. ଦେବାନୀ ଅଦାଲତ Civil court.



 [ ଦ୍ର ]  ଭିନ୍ନ ଭିନ୍ନ ଶ୍ରେଣୀର ମକଦ୍ଦମା ବିଚାର କରିବା ପାଇଁ ସରକାର ଭିନ୍ନ ଭିନ୍ନ ଶ୍ରେଣୀର ଅଦାଲତମାନେ ଅସାଇଅଛନ୍ତି ଓ ବିଚାର୍ଯ୍ୟ ବିଷୟରେ ନାମ ଅନୁସାରେ ଅଦାଲତର ନାମ ହୁଏ। ଯଥା -ଦେବାନୀ ଅଦାଲତ; ଫଉଜଦାରୀ ବା ମେଜେଷ୍ଟରୀ; ସେସନ୍ ବା ଦଉରା; ମାଲ ବା ରେଭିନିଉ; ସରାସରୀ; କାଜକୋଟ; ପୁଲିସ  କୋଟ୍; ଅଦାଲତର କ୍ରମ ବା ସୋପାନ ଅନୁସାରେ ମଧ୍ୟ ନାମକରଣ ହୁଏ, ଯଥା ସରେନୋ ବା ନିମ୍ନ ଅଦାଲତ; ଅପିଲ୍ ବା ଉପର ଅଦାଲତ; ହାକିମଙ୍କ ନାମ ଅନୁସାରେ ମଧ୍ୟ ଅଦାଲତର ନାମ ହୁଏ, ଯଥା - ଜଜ୍ ଅଦାଲତ; ସବଜଜ୍ ଅଦାଲତ; ମୁନସଫ୍ ଅଦାଲତ]