Back

ଅଦୋଷତା


  1. Adoshatā (ସଂ.ବି.) - ଅଦୋଷର ଭାବ State of being free from blemish or defect.

  2. (ଅଳଙ୍କାରଶାସ୍ତ୍ର) ଅଳଙ୍କାରଦୃଷ୍ଟିରେ ଲକ୍ଷିତ କୌଣସି କୌଣସି ଦୋଷ ସ୍ଥଳ ବିଶେଷରେ ଦୋଷରୂପେ ଗଣ୍ୟ ନ ହୋଇ ରଚନାର ଗୁଣରୂପେ ଗଣ୍ୟ ହେବା ଅବସ୍ଥା The state of a literary blemish or defect being considered as an excellence in some cases.



 [ ଦ୍ର ] ଅପ୍ରତୀତତ୍ୱର ଗୁଣତ୍ୱ -ଅର୍ଥାତ୍ ଯେଉଁଠାରେ ବକ୍ତା ଓ ଶ୍ରୋତା ଉଭୟେ ଶବ୍ଦାର୍ଥବିଶାରଦ ସେଠାରେ ଅପ୍ରତୀତତାଗୁଣ ବୋଲି ବିବେଚିତ ହୁଏ; ଯଥା - ନାମ ମାତ୍ର ପାହିବାକୁ ଅଛି ବିଭାବରୀ / ଦେଖ ଆସିଲାଣି ଏବେ ଧ୍ରୁବ ମେରୁ ବୁଲି / ମେରୁନରେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା। ରାଧାନାଥ, ମହାଯାତ୍ରା ଏହିପରି ଗ୍ରାମ୍ୟତା ଦୋଷ; ପୁନରୁକ୍ତି ପ୍ରଭୃତି ଦୋଷ ସ୍ଥଳବିଶେଷରେ ରଚନାର ଗୁଣ ବୋଲି ପରିଗଣିତ ହୁଏ। [କୁଳମଣି - ଅଳଙ୍କାର ତରଙ୍ଗିଣୀ]