Back

ଅଦ୍ଭୁତୋପମା

Also : [ ଅଦ୍ଭୁତ ଉପମା ]




  1. Adbhutopamā (ସଂ.ବି.) - ଉପମାଳଙ୍କାରବିଶେଷ A figure in Rhetoric.



 [ ଦ୍ର ] କବି ବର୍ଣ୍ଣିତ ବସ୍ତୁମାନଙ୍କୁ ଅନ୍ୟ କୌଣସି ବସ୍ତୁମାନଙ୍କ ସଙ୍ଗେ ତୁଳନା କରିବା ଦ୍ୱାରା ପାଠକ ମନରେ ବିସ୍ମୟ ଉତ୍ପାଦନ କରନ୍ତି। ଯଥା - ସର୍ବ ମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା। ଲତାରୁ ଏବେ ପର୍ବତ ଜାତ ହେଲା ଚାହିଁ କମ୍ପିବେ ଊର୍ଦ୍ଧ୍ୱରେତା। ଭଞ୍ଜ, ପ୍ରେମସୁଧାନିଧି 4/2। ଅର୍ଥାତ୍ ପର୍ବତରୁ ସିନା ଲତା ଜାତ ହୁଏ କିନ୍ତୁ ବର୍ଣ୍ଣିତା ନାଗରୀ ଠାରେ ତାର ଦେହରୂପ ଲତାରୁ କୁଚରୂପ ପର୍ବତ ଜାତ ହୋଇ ଅଛି। ଅତଏବ ଏହି ଉପମା ଦ୍ୱାରା ମନରେ ବିସ୍ମୟ ଜନ୍ମୁଛି।]