Back

ଅଇଣ୍ଠା ହେବା


  1. Aiṇṭhā hebā (ଦେ. କ୍ରି ) - (କୌଣସି ବ୍ୟକ୍ତି) ଭୋଜନ କରି ମୁହଁ ହାତ ନ ଧୋଇବା ଯୋଗୁଁ ତାର ମୁହଁ ହାତ ଆଦିରେ ଖାଦ୍ୟର ଅଂଶମାନ ଲାଗି ରହିଥିବା (a person) To have particles of food clinging to the mouth and hand owing to his not having washed them after eating.

  2. (କୌଣସି ପାତ୍ରସ୍ଥ ଖାଦ୍ୟ) ଅଂଶତଃ କୌଣସି ବ୍ୟକ୍ତିଦ୍ୱାରା ଉପଭୁକ୍ତ ହେବା ଯୋଗୁଁ ଉଚ୍ଛିଷ୍ଟରେ ପରିଣତ ହେବା  (food in a plate) To have been partly eaten.

  3. (କୌଣସି ଭୋଜନ - ପାତ୍ର) ଖାଇବାପାଇଁ ବ୍ୟବହୃତ ହୋଇ ଧୁଆ ହୋଇ ନଥିବା (utensil) To have been used as a plate during meal and still unwashed.

  4. (କୌଣସି ବ୍ୟକ୍ତି) ନାମମାତ୍ର ଭୋଜନ କରିବା, ଖାଇବାକୁ ଆରମ୍ଭ କରି ସାମାନ୍ୟ କିଛି ଖାଇ ଉଠି ଆସିବା To nominally sit at the meal; to touch or taste the food served and then to leave the meal.