Back

ଅଧିକରଣ


  1. Adhikaraṇa (ସଂ.ବି.)ଅଧିକାର କରିବା କର୍ମ; ଦଖଲ କରିବା କର୍ମ Act of taking possession; exercise of authority.

  2. ଅଧିକାର; ପ୍ରଭୁତ୍ୱ; ଆଧିପତ୍ୟ Mastery; authority; dominion.

  3. ଆଧାର; ପାତ୍ର Receptacle.

  4. ନିମ୍ନରେ ଥିବା ପ୍ରସ୍ତ Substratum.

  5. ନିୟୋଜନ; ନିଯୁକ୍ତି କରଣ Appointing; deputing.

  6. ସମ୍ପର୍କ; ସମ୍ବନ୍ଧ Relation connection.

  7. ସ୍ଥାନ  place; location.

  8. ଉପାଦାନ; ଉପକରଣ Material.

  9. ଆଶ୍ରୟ; ଆଶ୍ରା Refuge.

  10. ଦାବୀ Claim.

  11. ଧର୍ମାଧିକରଣ; ବିଚାରାଳୟ; ଅଦାଲତ Court of justice.

  12. (ବ୍ୟାକରଣ) ସପ୍ତମୀ ବିଭକ୍ତିର କାରକ; ଯେଉଁ ସ୍ଥାନ ବା ସମୟରେ କୌଣସି କ୍ରିୟା ଘଟେ The locative case.

  13. (ଦର୍ଶନଶାସ୍ତ୍ର) ମୀମାଂସା ଓ ବେଦାନ୍ତ ଅନୁସାରେ ଯେଉଁ ପ୍ରକରଣ ବା ପରିଚ୍ଛେଦରେ କୌଣସି ସିଦ୍ଧାନ୍ତ ବା ବିଷୟ ଆଲୋଚିତ ବା ବିବେଚିତ ହୋଇଥାଏ (philosophy) Section or topic in which a particular subject has been discussed.



 [ ଦ୍ର ]  (ବ୍ୟାକରଣ) ଓଡ଼ିଆରେ ଅଧିକରଣକାରକ ଚିହ୍ନାଇବାପାଇଁ ଶବ୍ଦ ପରେ ଏ, ରେ, ଠାରେ ଚିହ୍ନ ବ୍ୟବହୃତ ହୁଏ। ଅଧିକରଣ ପ୍ରଥମତଃ ଦୁଇ ପ୍ରକାରର ଯଥା - ସ୍ଥାନାଧିକରଣ ବା ଆଧାରାଧିକରଣ, କାଳାଧିକରଣ; ଆଧାରାଧିକରଣ ପୁଣି ଚାରି ପ୍ରକାରେ ହୁଏ ଯଥା -  ଏକଦେଶ, ୟାଥା - ବଣରେ ବାଘ ଅଛି। ବିଷୟ, ଯଥା - ଗଣିତରେ ତାର ଦଖଲ ଅଛି। ବ୍ୟାପ୍ତି, ଯଥା - ପୁଲାଙ୍ଗରେ ତେଲ ଅଛି। ସାମୀପ୍ୟ, ଯଥା -ନଈରେ ଘର କରି କୁମ୍ଭୀର ସାଙ୍ଗେ ବାଦ କରିବ ନାହିଁ।



 [ ଦ୍ର ] (ଦର୍ଶନଶାସ୍ତ୍ର) ବ୍ୟାସ ଓ ଜୈମିନୀଙ୍କ ଦର୍ଶନ ସୂତ୍ରମାନ ଭିନ୍ନ ଭିନ୍ନ ଅଧ୍ୟାୟରେ ବିଭକ୍ତ ହୋଇଅଛି। ଅଧ୍ୟାୟମାନ ପାଦରେ ବିଭକ୍ତ ହୋଇଅଛି ଓ ପାଦମାନ ଅଧିକରଣରେ ବିଭକ୍ତ ହୋଇଅଛି। ଅଧିକରଣର ୫ଟି ଅଙ୍ଗ, ଯଥା - ବିଷୟ (Subject or matter); ସଂଶୟ (Doubt or query); ପୂର୍ବପକ୍ଷ (Prima facie argument); ଉତ୍ତରପକ୍ଷ (Reply to meet the above); ସିଦ୍ଧାନ୍ତ (Final conclusion).