Back

ଅଧିକାରୀ


  1. Adhikārī (ସଂ.ବିଣ.) ଯାହାର ଅଧିକାର ଥାଏ Having authority.

  2. କୌଣସି ବସ୍ତୁରେ ଯାହାର ମାଲିକ ସ୍ୱତ୍ୱ ଥାଏ Having a proprietory right; having ownership.

  3. ଯାହାର କୌଣସି ବିଶେଷ ସ୍ୱତ୍ୱ ବା ଅଧିକାର ଥାଏ Privileged.

  4. ସ୍ୱତ୍ୱବାନ୍; ହକ୍‌ଦାର Entitled to.

  5. ଯାହାର ଉପଯୁକ୍ତ ଯୋଗ୍ୟତା ଅଛି Properly qualified for.

  6. ଦଖଲ କରୁଥିବା In possession of.

  7. (ସଂ.ବି.) (ମନୁଷ୍ୟର) ପ୍ରଭୁ; ସ୍ୱାମୀ Master; lord.

  8. (ଦ୍ରବ୍ୟର) ମାଲିକ Owner.  

  9. କୌଣସି ଇଲାକାରେ କର୍ମ କରୁଥିବା ବ୍ୟକ୍ତି ବା ଭୃତ୍ୟ ମାନଙ୍କ ସର୍ଦ୍ଦାର Head of a department.

  10. ଭାରପ୍ରାପ୍ତ କର୍ମଚାରୀ Officer in charge.

  11. ତତ୍ତ୍ୱାବଧାରକ Superintendent.

  12. ଯଜ୍ଞ ଆଦି କରିବା ପାଇଁ ଉପଯୁକ୍ତ ବ୍ୟକ୍ତି (a persson) Qualified to perform a sacrifice.

  13. ବେଦାନ୍ତରେ ପାରଦର୍ଶୀ ବ୍ୟକ୍ତି (a person) Versed in the Bedānta.

  14. ଯାହାର କୌଣସି କାର୍ଯ୍ୟ କରିବାକୁ ଉପଯୁକ୍ତ ବିଦ୍ୟା ବା ଶକ୍ତି ଆଦି ଅଛି (a person Possessing the necessary qualification to do a thing.

  15. ହକ୍‌ଦାର ବ୍ୟକ୍ତି (a person) Entitled to do a thing.

  16. (ଦେ.ବି.) - ମଠ ପରିଚାଳନ ପାଇଁ ମହନ୍ତଙ୍କ ଅଧୀନସ୍ଥ ତତ୍ୱାଧାରକବିଶେଷ Superintendent of a religious endowment below the Mahanta.

  17. ହାଟୁଆ ସମାଜର ଜାତିଆଣ ବିଷୟ ଓ ସଭା ଆଦିରେ ତତ୍ତ୍ୱାବଧାରଣ କରିବା ପାଇଁ ମନୋନୀତ ବ୍ୟକ୍ତିର ଉପାଧି Title of the headman of a caste-guild.

  18. ବଂଶୋପାଧି ବିଶେଷ  A family title.

  19. (ପ୍ରାଦେ. (ଗଞ୍ଜାମ) ବି.) - କୌଣସି ସରକାରୀ ବିଭାଗର ଭାରପ୍ରାପ୍ତ ସର୍ବୋଚ୍ଚ କର୍ମଚାରୀ ବା ହାକିମ The head of any Government department. 




  • ଅଧିକାରିଣୀ - (ସ୍ତ୍ରୀ)

  • ଅଧିକାରିତ୍ୱ -  (ବି.)