Back

ଅଧିପତି


  1. Adhipati (ସଂ.ବି.) -  ସ୍ୱାମୀ; ପ୍ରଭୁ Lord; master.

  2. ରାଜା  King.

  3. ମୁଖ୍ୟବ୍ୟକ୍ତି; କର୍ତ୍ତା Chief.

  4. ନାୟକ Leader.

  5. ସର୍ଦ୍ଦାର A head.  (ଅନ୍ୟ ଶବ୍ଦସଙ୍ଗେ ଯୁକ୍ତ ହୋଇ ଏହି ଅର୍ଥ ବୁଝାଏ, ଯଥା - ନରାଧିପତି) 

  6. ମସ୍ତକାଭ୍ୟନ୍ତରର ଉପରେ ଶିରାସନ୍ଧିସନ୍ନିପାତ ରୋମାବର୍ତ୍ତ; ଏଠାରେ ଆଘାତ ହେଲେ ସଦ୍ୟ ମୃତ୍ୟୁ ଘଟେ (ସୁଶ୍ରୁତ) A part of the head where a wound results in instantaneous death.



 [ ଦ୍ର ]  ବୌଦ୍ଧଦର୍ଶନ ଅନୁସାରେ ଅଧିପତି ଚାରି ପ୍ରକାରର, ଯଥା - ଯଜ୍ଞାଧିପତି; ବିତ୍ତାଧିପତି; ବୀର୍ଯ୍ୟାଧିପତି ଓ ନ୍ୟାୟାଧିପତି। ଏ ଶବ୍ଦର ସ୍ତ୍ରୀଲିଙ୍ଗରୂପ ଅଧିପତ୍ନୀ ବେଦରେ ବ୍ୟବହୃତ ଅଛି; କିନ୍ତୁ ପରବର୍ତ୍ତୀ ସଂସ୍କୃତରେ ବିରଳ।