Back

ଅଧିବାସ


  1. Adhibāsa (ସଂ.ବି.) - ବାସସ୍ଥାନ Residence; dwelling.

  2. ବାସିନ୍ଦା Inhabitant.

  3. ପଡ଼ୋଶ Neighbour.

  4. ଅଧିଆ ପଡ଼ିବା; ଧାରଣା ପଡ଼ିବା Sitting or lying without food before a deity or before a person's house till one's wish is fulfilled.

  5. ପରିମଳ; ମହାସୁଗନ୍ଧ; ଖୁସ୍ବୁ Very sweet smell; fragrance.

  6. ଯଜ୍ଞାନୁଷ୍ଠାନର ଆନୁପୂର୍ବିକ ଦେବବିଗ୍ରହ ପ୍ରତିଷ୍ଠା କର୍ମ Consecration of an image before the commencement of a sacrifice.

  7. ବିବାହର ପୂର୍ବ ଦିନ ସନ୍ଧ୍ୟା ବା ରାତିରେ ବରକନ୍ୟାଙ୍କ ତେଲ ହଳଦୀବୋଳା ବିଧି; ଗନ୍ଧଷଣ; ଗନ୍ଧାଧିବାସ Anointing the bodies of the bride and the bridegroom with oil, turmeric etc. on the eve of marriage.

  8. ଶୁଦ୍ଧି ବା ମଙ୍ଗଳ କାର୍ଯ୍ୟରେ ମନ୍ତ୍ରୋଚ୍ଚାରଣପୂର୍ବକ ଗୁଆ ନଡ଼ିଆ, ପଇତା, ସିନ୍ଦୂର, ଗୋଚିନା, ଚନ୍ଦନ, ଦୁବ, ବରକୋଳିପତ୍ର, ହଳଦୀଗୁଣ୍ଡ, ଘିଅ, ଦର୍ପଣ, ତୀର୍ଥଜଳ ଆଦି ଦ୍ୱାରା ଦେହସଂସ୍କାର The ceremony of applying scents and pastes and touching the body with cocoanut etc on ceremonial and purificatory occasions. ଅଧିବାସ କଲେ ତୀର୍ଥ ଜଳ, ନୃତ୍ୟ ଗୀତେ ରଜନୀ ଚହଳ। ବିଶ୍ୱନାଥ, ବିଚିତ୍ରରାମାୟଣ।

  9. ଦେହରେ ଗନ୍ଧ ଦ୍ରବ୍ୟାଦି ଲେପନ Toilette; applying scent etc. to the body.

  10. ପୋଷାକ Dress.

  11. ଲୁଗା ଉପରେ ପିନ୍ଧା ଯିବା ପୋଷାକ  (ଯଥା - ଘୋଡ଼; ଗାଉନ୍; ଓଭରକୋଟ୍) Mantle; overcoat.

  12. ବହୁକାଳ କୌଣସି ସ୍ଥାନରେ ରହିବା A long stay.

  13. ଅନ୍ୟ ଗେହବାସ; ଅନ୍ୟ ଲୋକର ଘରେ ବାସ କରିବା Staying at the house of another.




  • ଅଧୀବାସ - ଅଧିବାସର ଅନ୍ୟରୂପ