Back

ଅଧୋବଦନ


  1. Adhobadana (ସଂ.ବି.) - (ମଧ୍ୟପଦଲୋପୀ) ଲଜ୍ଜାବନତ ମୁଖ; ଲଜ୍ଜା ଯୋଗୁଁ ତଳକୁ ପୋତା ହୋଇ ଥିବା ମୁହଁ Drooping face.

  2. (ବହୁବ୍ରୀହି) ଅବାକ୍ପୁଷ୍ପୀ ଗୁଳ୍ମ A plant (pimpinella Anisum).

  3. ଗୋଜିହ୍ୱା ବୃକ୍ଷ A tree; Elephantopus Scaber.

  4. ବିଷ୍ଣୁଙ୍କ ନାମ A name of Bishnu.

  5. (ସଂ.ବିଣ) - ଲଜ୍ଜାବନତ ମୁଖ; ହେଠ ବଦନ; ଯେ ଲାଜରେ ତଳକୁ ମୁହଁ ପୋତି ଥାଏ Having the face cast down with a drooping face.

  6. ପୋତାମୁହାଁ A person with a drooping face.

  7. ମୁହଁ ତଳକୁ ହୋଇ ଉଗୁଡ଼ା ଯାଇଥିବା (ପାତ୍ର) Upturned (pot); topsy-turvy.

  8. ଯାହାର ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ ହୋଇଥାଏ Headlong; precipitate.




  • ଅଧୋବଦନା - (ସ୍ତ୍ରୀ)