Back

ଅଧ୍ୟବସାୟ


  1. Adhyabasāya (ସଂ.ବି.) ଅବିଶ୍ରାନ୍ତ ଉଦ୍ଯୋଗ ବା ଯତ Diligence; perseverance; steady application.

  2. କର୍ମ ସାଧନାର୍ଥ ସଂକଳ୍ପ Resolution; determination.

  3. (ଅଳଙ୍କାର) ଅଭୁକ୍ତି ଅଳଙ୍କାରବିଶେଷ; ପ୍ରକୃତ ଓ ଅପ୍ରାକୃତ ବସ୍ତୁଦ୍ୱୟଙ୍କୁ ଏପରି ମିଳାଇ କରି ବର୍ଣ୍ଣନାକରିବା ଯହିଁରେ ପ୍ରକୃତ ଅପ୍ରାକୃତର ପ୍ରଭେଦ ଧରାପଡ଼େ ନାହିଁ (Rhetoric) A figure of speech. Identification of two things (one real and the other unreal) in such a manner that the one is completely absorbed in the other.

  4. ମାନସିକ ଚେଷ୍ଟା Mental effort.

  5. ସଂଭାବନ; ଆଶଙ୍କା Apprehension.



[ ଦ୍ର ] ଏହି ସମ୍ମିଳନର ଫଳରେ ଅତିଶୟୋକ୍ତି ଏବଂ ଲକ୍ଷଣା ଅଳଙ୍କାରମାନ ହୁଏ। ପ୍ରକୃତ ବିଷୟକୁ ନ କହି ଉପମାନଦ୍ୱାରା ତାହାର ଅଭେଦ କଳ୍ପନା କରିବାର ନାମ ଅଧ୍ୟବସାୟ। ଏହା ଦୁଇ ପ୍ରକାରର - ସିଦ୍ଧ ଓ ସାଧ୍ୟ; ଯେଉଁ ଅଧ୍ୟବସାୟ ନିଶ୍ଚିତରୂପେ ପ୍ରତୀତ ହୁଏ ତାହା ସିଦ୍ଧ ଏବଂ ଯେଉଁଠାରେ ଏହାର ନିଶ୍ଚିତ ପ୍ରତୀତ ନ ହୁଏ ତାକୁ ସାଧ୍ୟ ବୋଲାଯାଏ। ସିଦ୍ଧ ଅଧ୍ୟବସାୟ ଅତିଶୟୋକ୍ତି ଅଳଙ୍କାରରେ ପରିଣତ ହୁଏ। ସାଧ୍ୟ ଅଧ୍ୟବସାୟ ସ୍ଥଳରେ ଅଭିଶୟୋକ୍ତି ନ ହୋଇ ଲକ୍ଷଣା ବା ଉତ୍ପ୍ରେକ୍ଷାଳଙ୍କାର ହୁଏ। - (ଅଳଙ୍କାର ତରଙ୍ଗିଣୀ)