Back

ଅଧ୍ୟାତ୍ମରାମାୟଣ


  1. Adhyātmarāmāyaṇa (ସଂ.ବି.) - (ଯେଉଁ ରାମାୟଣରେ ଅଧ୍ୟାତ୍ମତତ୍ତ୍ୱମାନ ବର୍ଣ୍ଣିତ ହୋଇଅଛି) ବ୍ରହ୍ମାଣ୍ଡ ପୁରାଣ ଅନ୍ତର୍ଗତ ବ୍ୟାସଦେବକୃତ ଅଧ୍ୟାତ୍ମତତ୍ତ୍ୱପୂର୍ଣ୍ଣ ରାମଚରିତ; ଏଥିରେ ରାମ ପରମାତ୍ମାରୂପେ କଳ୍ପିତ ହୋଇଅଛନ୍ତି A Rāmāyaṇa in which Rāma is identical with the Supreme Spirit.



[ ଦ୍ର ]   ବାଲ୍ମୀକି ରାମାୟଣ ପରି ଏହା ସାତ କାଣ୍ଡରେ ବିଭକ୍ତ। ଏଥିରେ ପ୍ରାୟ ଚାରି ହଜାର ଶ୍ଳୋକ ଅଛି। ଅଧ୍ୟାତ୍ମତତ୍ତ୍ୱପୂର୍ଣ୍ଣ ରାମ  ଚରିତ ବର୍ଣ୍ଣନା ପ୍ରସଙ୍ଗରେ ଏଥିରେ କର୍ମଯୋଗ, ଭକ୍ତିଯୋଗ, ଜ୍ଞାନ ଯୋଗ, ଧର୍ମ ଓ ରାଜନୀତି ଆଦି ସୁଚାରୁରୂପେ ବର୍ଣ୍ଣିତ ହୋଇଅଛି। ଏଥିର ଶେଷ କାଣ୍ଡର ପଞ୍ଚମସର୍ଗ 'ରାମଗୀତା' ନାମରେ ପରିଚିତ। ରାମପୂଜକ ବୈଷ୍ଣବମାନେ ଏହି ଗ୍ରନ୍ଥକୁ ପରମ ପବିତ୍ର ଧର୍ମଗ୍ରନ୍ଥ ରୂପେ ଗଣନା କରନ୍ତି; ଏ ଗ୍ରନ୍ଥରେ ରାମପୁରୁଷ ବା ପରମେଶ୍ୱର; ସୀତା ପ୍ରକୃତି; ହନୁମାନ ପ୍ରକୃତି ପୁରୁଷର ସେବକ ଓ ରାବଣ ପ୍ରକୃତିକୁ ହରଣ କରିବା ରିପୁରୂପେ କଳ୍ପିତ।