Back

ଅକାଳ


  1. Akāḻa (ସଂ.ବି.) - ଅପ୍ରଶସ୍ତ କାଳ; ଶାସ୍ତ୍ରମତେ ଅଶୁଦ୍ଧ କାଳ; ପୁଣ୍ୟକାର୍ଯ୍ୟ ବା ଶୁଭକର୍ମ କରିବାର ଅନୁପଯୁକ୍ତ ସମୟ  A time which is not considered favourable for the performance of religious rites.

  2. ଅମଙ୍ଗଳସୂଚକ ସମୟ; ଯେଉଁ ସମୟରେ ଅଶୁଭ ଶକୁନମାନ ଦୃଷ୍ଟି ଗୋଚର ହୁଏ Portentious time; inauspicious time.

  3. କୌଣସି ବିଶିଷ୍ଟ କାର୍ଯ୍ୟ କରିବା ପାଇଁ ଅନୁପଯୁକ୍ତ ସମୟ Time concsidered unfit for any particular work.

  4. ଦୁଃସମୟ; ଯେଉଁ ସମୟରେ ଦେଶରେ ବିପଦ ପଡ଼େ A time of general calamity; a time of general distress.

  5. ଦୁର୍ଭିକ୍ଷ; ଶସ୍ୟହାନି ଯୋଗୁଁ ଯେଉଁ ସମୟରେ ଲୋକେ ଖାଇବାକୁ ପାଆନ୍ତି ନାହିଁ A bad season; famine; scarcity. 

  6. ଅପୂର୍ଣ୍ଣକାଳ Time which is not yet ripe for any matter.

  7. ଅଦିନ; ଅଋତୁ; ଯେଉଁ ଋତୁରେ ଯାହା ଘଟିବାର ତାହା ଛଡ଼ା ଅନ୍ୟ ଋତୁ Unseasonable time.

  8. ଜୀବିତକାଳ ପୂରି ନ ଥିବା ସମୟ Time when a person is not yet of the age to die.

  9. (ଦେ.ବି) (କାଳର ସୃଷ୍ଟି ପୂର୍ବରୁ ବିଦ୍ୟମାନ ଥିବାରୁ) ଶିଖମାନଙ୍କ ଉପାସ୍ୟ ଦେବ; ପରମେଶ୍ୱର The God of the Sikhs; the Deity of the sikhs.

    [ଅକାଳ'ଙ୍କୁ ପୂଜା କରିବାରୁ ଏମାନଙ୍କ ନାମ ଅକାଳୀ]

  10. ଦକ୍ଷପ୍ରଜାପତିଙ୍କ କନ୍ୟା ଓ କାଶ୍ୟପଙ୍କର ସ୍ତ୍ରୀମାନଙ୍କ ମଧ୍ୟରୁ ଏକତମା; ଯାହାଙ୍କଠାରୁ ପର୍ବତାଦି ଜନ୍ମି ଥିଲେ  Name of a daughter of Daksha Prājapati who is said to have Given birth to the mountains.