Back

ଅନାଶିବିନାଶି


  1. Anāṡibināṡi (ଦେ.ବିଣ.) -  (ସଂ. ଅନିର୍ଦ୍ଦିଷ୍ଟ; ସହଚର ଶବ୍ଦଦ୍ୱୟ ବହୁବଚନ) ବିବିଧ; ବହୁ Miscellaneous; many.

  2. ସମାଗତ ବହୁ ଅନିମନ୍ତ୍ରିତ ବାଜେ ଲୋକ Many (persons) assembled at a place uninvited.

  3. ଅନାମା ଓ ବହୁ Nameless and many.

  4. (ଦେ.ବି.) - ଖାଦ୍ୟପାନପ୍ରାପ୍ତି ଆଶାରେ ବିନା ନିମନ୍ତ୍ରଣରେ ସମାଗତ ବହୁ ଭୋକୀ ଶୋଷୀ ଲୋକ A large number of uninvited persons assembled at a place for food.

  5. ଅଭ୍ୟାଗତ ଦୁଃଖୀ ଦରିଦ୍ର ବ୍ୟକ୍ତିଗଣ The poor; the destitute.

  6. ଅନିର୍ଦ୍ଦିଷ୍ଟ ବହୁ ରୋଗ, ଦୁଃଖ ବା ବିପଦ Many nameless diseases, miseries & dangers.



 [ ଦ୍ର ] ଏହି ଶବ୍ଦ ବିଶେଷଣରୂପେ ମନୁଷ୍ୟ, ପ୍ରାଣୀ, ରୋଗ, ଆପଦ, ଭୂତ, ପ୍ରେତ ଆଦି ଶବ୍ଦ ପୂର୍ବେ ବ୍ୟବହୃତ ହୁଏ। ଯଥା -ଅନାଶି ବିନାଶ ରୋଗ - ନାନାପ୍ରକାରର ଅନିର୍ଦ୍ଦିଷ୍ଟ ରୋଗ।