Back

ଅନାହତ


  1. Anāhata (ସଂ.ବିଣ.) - ଆଘାତପ୍ରାପ୍ତ ହୋଇ ନ ଥିବା Unbeaten; unhurt.

  2. ଅକ୍ଷତ Unwounded.

  3. ଅସ୍ପୃଷ୍ଟ Untouched.

  4. ଖଣ୍ଡିଆ ହୋଇ ନ ଥିବା Intact.

  5. ନୂଆ ଏବଂ ଅଧୁଆ; କୋରା (ଲୁଗା)  New and unbleached (cloth)

  6. ତଟକା; ନୂଆ New; fresh.

  7. ବିନା ଆଘାତରେ ଜାତ; ଆଘାତ ନ ପାଇ ଅନ୍ୟ ଉପାୟରେ ଜାତ Produced otherwise than by beating; produced without any stroke.

  8. ଅଗୁଣିତ; ଗୁଣନ କରା ଯାଇ ନ ଥିବା Unmultiplied.

  9. (ସଂ.ବି.) - ଧୂଆ ହୋଇ ନ ଥିବା ନୂଆ ଲୁଗା; କୋରାଲୁଗା Unbleached new cloth.

  10. (ତନ୍ତ୍ର) ଶରୀରରେ କଳ୍ପିତ ଷଟ୍‌ଚକ୍ର ମଧ୍ୟରୁ ହୃଦୟରେ କଳ୍ପିତ ଚତୁର୍ଥ ଚକ୍ର ବା ଦ୍ୱାଦଶ ଦଳପଦ୍ମ (tantra) The 4th of the six circles imagined inside the body which resembles a twelve petalled lotus and exists in the heart.

  11. (ଦେ.ବି.) - ଅନାହତନାଦ; ଓଁକାର  The mystic syllable 'Om'.