Back

ଅନିଳ


  1. Aniḻa (ସଂ.ବି.) - (ବଞ୍ଚିବା ବା ନିଃଶ୍ୱାସ ମାରିବା+କରଣ. ଅଳ; ଯାହାଦ୍ୱାରା ପ୍ରାଣୀ ବଞ୍ଚନ୍ତି ବା ନିଃଶ୍ୱାସ ମାରନ୍ତି)  ବାୟୁ; ପବନ  Air; wind.

  2. ପବନଦେବତା The God of Wind.

  3. ବାୟୁକୋଣ; ଉତ୍ତରପଶ୍ଚିମ କୋଣ The North West quarter.

  4. ଅଷ୍ଟାବସୁ ମଧ୍ୟରୁ ପଞ୍ଚମ ବସୁ  Name of the fifth of the 8 Basu Deities.

  5. ଶରୀରସ୍ଥ ବାତ The wind as one of the humours of the body.

  6. ବାତରୋଗ Rheumatism.

  7. ସ୍ୱାତିନକ୍ଷତ୍ର The 17th lunar mansion.

  8. (ବାୟୁର ସଂଖ୍ୟା 49 ଥିବାରୁ) 49ସଂଖ୍ୟା The number 49.

  9. ପ୍ରାଣବାୟୁ The vital air of living beings. [ ଏହା ୫ ଟି ଯଥା - ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ।]



 



 [ ଦ୍ର ] ଏହା ପ୍ରଥମତଃ ସଂଖ୍ୟାରେ ୭ ଥିଲା; ଯଥା - ଆବହ, ନିବହ, ଉଦ୍ବହ, ସଂବହ, ବିବହ, ପ୍ରବହ ଓ ପରିବାହ। ମାତୃଗର୍ଭରେ ଇନ୍ଦ୍ର ଏ ପ୍ରତ୍ୟେକକୁ ସାତ ଖଣ୍ଡ ଲେଖାଏଁ କରିବାରୁ ଏହା 49 ହେଲା।