Back

ଅକ୍ଷ


  1. Aksha (root) (ସଂ.)  - (ଧାତୁ) ବ୍ୟାପିବା To spread. 

  2. ଗଦା ହେବା; ଜମାଟ ବାନ୍ଧିବା To be massed.

  3. ସଂଗ୍ରହ କରିବା To gather; to collect.




  • ଅକ୍ଷ (ସଂ.ବି.) - (ଅକ୍ଷଧାତୁ=ବ୍ୟାପିବା+କର୍ତ୍ତୃ. ଅ)




  1. ପଶାକାଠି The dice.

  2. ପଶାଖେଳ The game of dice 

  3. ଏକ କର୍ଷ (କରିଷି) ବା 16 ମସା ପରିମିତ ଓଜନ; ଏକ ତୋଳା ଓଜନ (ଔଷଧାଦି ଓଜନ କରିବାରେ ବ୍ୟବହୃତ)One tola; a standard for weighing medicine. 

  4. (ଭୂଗୋଳ) ଭୂଗୋଲକର ପୃଷ୍ଠରେ ବିଷୁବରେଖାଠାରୁ କୌଣସି ସ୍ଥାନର ଉତ୍ତର ବା ଦକ୍ଷିଣ ଦିଗରେ ଦୂରତ୍ୱର ପରିମାଣ (Geography) Latitude of a place.

  5. (ଜ୍ୟୋତିଷ) ସୂର୍ଯ୍ୟଗତିମାର୍ଗସୂଚକ ପୃଥିବୀର କକ୍ଷଠାରୁ ଖ-ଗୋଳକ ପୃଷ୍ଠରେ କୌଣସି ଗ୍ରହ ବା ନକ୍ଷତ୍ରର ଅବସ୍ଥିତିର ଦୂରତ୍ୱର ପରିମାଣ  (Astronomy Latitude of a planet from the ecliptic.

  6. ଗ୍ରହମାନଙ୍କ ଗତିପଥ।  (Astronomy) Orbit of a planet.

  7. ବ୍ୟବହାର ଶାସ୍ତ୍ର; ଆଇନ; ବିବାଦବିଜ୍ଞାନ Law.

  8. ଆତ୍ମା Soul. 

  9. ଶକଟ; ରଥ Cart; car.

  10. ଅଖ; ଶଗଡ଼ ବା ରଥର ଦୁଇ ଚକର ନାଭିରେ ଗଳିଥିବା ଦଣ୍ଡ Axle.

  11. (ଜ୍ୟୋତିଷ) ରାଶିଚକ୍ରର ଅବୟବ  (Astronomy) The body of the zodiac Circle. 

  12. ଚକ୍ର; ଚକ Wheel.

  13. ଚକ୍ରର ମଧ୍ୟମଣ୍ଡଳ ବା ନାଭି; ନାହିଆ Centre of a wheel; hub. 

  14. ସର୍ପ; ସାପ Serpent; snake.

  15. ରାବଣ ପୁତ୍ର; ଅକ୍ଷୟ କୁମର  Name of a son of Rābaṇa.

  16. ଗରୁଡ଼; ବିଷ୍ଣୁବାହନ The winged carrier of. 

  17. ବିଭୀତକ ବା ବାହାଡ଼ା ଗଛ Bāhāṟḍ̠ā tree

  18. ରୁଦ୍ରାକ୍ଷ ବୃକ୍ଷ ଓ ଫଳ  Rudrāksha tree and fruits

  19. ଜନ୍ମାନ୍ଧ ବ୍ୟକ୍ତି A person born blind.

  20. ସୌବର୍ଚ୍ଚ ଲବଣ A kind of salt.

  21. ଇନ୍ଦ୍ରିୟ Organ of sense or perception.

  22. ତୁତ୍ଥ; ତୁତିଆ Blue vitriol; copper-sulphate.

  23. ରସାଞ୍ଜନ Antimony.

  24. ଝୁଣା Resin.

  25. ଚକ୍ଷୁ; ଆଖି The eye.

  26. ଜ୍ଞାତାର୍ଥ; କୌଣସି ଶବ୍ଦର ଲୋକପ୍ରଚଳିତ ଅର୍ଥ Approved or popular meaning of a word. 

  27. ଅସ୍ଥି; ହାଡ଼ Bone. 

  28. ଯୁଦ୍ଧ; ଲଢ଼େଇ  Battle. 

  29. ପଦ୍ମବୀଜ The seed of lotus.

  30.  (ନାମ) କାଶ୍ମୀରର ରାଜା ଦ୍ୱିତୀୟ ନରରାଜଙ୍କ ପୁତ୍ର ଓ ଗୋପାଦିତ୍ୟଙ୍କ ପିତା Name of a King of Kashmere.

  31. ପୃଥିବୀ ଓ ଗ୍ରହ ଆଦି ଯେଉଁ କେନ୍ଦ୍ରଭେଦୀ ରେଖାର ଚାରି ପାଖରେ ଘୂରନ୍ତି; ଆବର୍ତ୍ତନ-ରେଖା Axis.

  32. (ସଂ.ବିଣ) - ଆତ୍ମଜ୍ଞ Knowing one's self.