Back

ଅଗମ୍ୟା


  1. Agamyā (ସଂ.ବିଣ.) - ଅଗମ୍ୟର ସ୍ତ୍ରୀଲିଙ୍ଗ Feminine of Agamya

  2. ଯେଉଁ ସ୍ତ୍ରୀକୁ କୌଣସି ପୁରୁଷ ପକ୍ଷରେ ସହବାସ କରିବା ନିଷିଦ୍ଧ  (a woman) whom a certain male should not cohabit with. 



 [ ଦ୍ର ] ହିନ୍ଦୁଶାସ୍ତ୍ରମତରେ ନିଜର ବିବାହିତା ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀମାନେ ଅଗମ୍ୟା। ବିଶେଷତଃ ଗୁରୁପତ୍ନୀ, ରାଜପତ୍ନୀ, ଶ୍ରୋତ୍ରୀୟପତ୍ନୀ, ବନ୍ଧୁପତ୍ନୀ, ଭଗିନୀ ଓ ଭଗିନୀସ୍ଥାନୀୟା; କନ୍ୟା ଓ କନ୍ୟାସ୍ଥାନୀୟା, ସଗୋତ୍ରା, ଉଚ୍ଚତରବର୍ଣ୍ଣା, କୁମାରୀ, ଅନ୍ତ୍ୟଜା, ରଜସ୍ୱଳା, ଶରଣାଗତା, ତପସ୍ୱିନୀ ଓ ନ୍ୟାସୀକୃତା ସ୍ତ୍ରୀମାନେ ଅଗମ୍ୟା। ଏମାନଙ୍କୁ ସହବାସ କଲେ ପୁରୁଷର ମହାପାତକ, ଅତିପାତକ ଓ ଅନୁପାତକ  ହେବା ଶାସ୍ତ୍ରବିଦିତ।