Back

ଅଗ୍ନିସ୍ଥାପନ


  1. Agnisthāpana (ସଂ.ବି.)ବେଦୋକ୍ତ ମନ୍ତ୍ର ଉଚ୍ଚାରଣ ପୂର୍ବକ ପାଞ୍ଚଥର ଭୂମିକୁ ସଂସ୍କାର କରିବା ପରେ ହୋମ ବା ବୈଶ୍ୱଦେବ ସ୍ଥାନରେ ଅଗ୍ନିକୁ ପ୍ରଥମେ ଲଗାଇବା The starting of the sacrificial fire after ritualistic purification of the ground.




  • ପଞ୍ଚ ଭୂସଂସ୍କାର - ୧. ଅଗ୍ନି ସ୍ଥାପନ କରିବା ପୂର୍ବରୁ ଉକ୍ତ ସ୍ଥାନକୁ ପ୍ରଥମେ କୁଶତ୍ରୟ ଦ୍ୱାରା ସମ୍ମାର୍ଜନ କରିବା ୨. ଗୋମୟ ଦ୍ୱାରା ଲିପିବା ୩. କୁଶତ୍ରୟଦ୍ୱାରା ଓଳାଇବା ୪. ଉଦକପାତ୍ରରୁ ଜଳ ନେଇ ଭୂମିରେ ଛିଞ୍ଚିବା ୫. ଅଙ୍ଗୁଷ୍ଠଦ୍ୱାରା ସେ ସ୍ଥାନରୁ ଟିକିଏ ମାଟି କାଢ଼ି ପକାଇବ। ଏହିପରି ‘ପଞ୍ଚଭୂସଂସ୍କାର’ କରିବା ପରେ ଅଗ୍ନିସ୍ଥାପନ କରି ମନ୍ତ୍ରୋଚ୍ଚାରଣ କରିବା ଓ ତତ୍ପରେ ଯଥୋଚିତ ଆହୁତି, ଚରୁ, ବଳି ଅଗ୍ନିରେ ପ୍ରଦାନ କରାଯିବା ପ୍ରକ୍ରିୟା।