Back

ଅଗ୍ର

Also : [ ଆଗ (ଅପଭ୍ରଂଶ) ] 




  1. Agra  (ସଂ.ବି.) - (ଯାହା ପ୍ରଥମେ ଗତି କରେ ବା ଉପରକୁ ବୃଦ୍ଧି ପାଏ) - ଶିଖର; ଦଣ୍ଡାୟମାନ ହୋଇଥିବା ବସ୍ତୁର ଉଚ୍ଚତମ ଅଂଶ Top; highest point of a standing thing.

  2. ବୃକ୍ଷର ଉଚ୍ଚତମ ଅଂଶ Top of a tree; tip.

  3. ପର୍ବତର ଚୂଡ଼ା; ଶୃଙ୍ଗ Summit.

  4. ଶେଷ ମୁଣ୍ଡ The end; goal.

  5. ଉପରିସ୍ଥ ଭାଗ The upper part.

  6. ଆରମ୍ଭ Beginning.

  7. (ବିପରୀତ - ପଶ୍ଚାତ୍) ସର୍ବ ପ୍ରଥମ ସ୍ଥାନ The first place; foremost place.

  8. ସାମନା, ସମ୍ମୁଖ; ଆଗ Front.

  9. ପୂର୍ବଭାଗ The first portion.

  10. ଦାଢ଼; ଧାର Edge.

  11. ଆଗତ; ପୂର୍ବକାଳ; ଅତୀତକାଳ The past.

  12. (କାଳ ଅନୁସାରେ) - ପ୍ରଥମ  First in point of time.

  13. ଏକ ପଳ ପରିମାଣ  A standard of weight.

  14. ଅବଲମ୍ବନ; ଆଶ୍ରୟ Shelter.

  15. ସମୂହ Collection; multitude.

  16. ଅନ୍ନ ଭିକ୍ଷାର ଏକ ନିର୍ଦ୍ଦିଷ୍ଟ ପରିମାଣ A measure of food given as alms.

  17. (ଜ୍ୟୋତିଷ) - ସୂର୍ଯ୍ୟ ଉଦିତ ହୋଇ ଯେଉଁ ବିଶାଳ ମଣ୍ଡଳରେ ଭ୍ରମଣ କରି ଅସ୍ତ ଯାଏ The sun's amplitude.




  • ଅଗ୍ରା (ସ୍ତ୍ରୀ)




  1. (ସଂ.ବିଣ.)  ଆଦ୍ୟ; ପ୍ରଥମ First; foremost.

  2. ପ୍ରଧାନ; ଶ୍ରେଷ୍ଠ Chief.

  3. ସର୍ବୋତ୍ତମ Best.

  4. ସର୍ବାଦୌ ପ୍ରାପ୍ୟ  Falling due first.

  5. ଅଧିକ  Excessive.

  6. ଅଧିକା; ବଳକା Supernumerary.

  7. ଅଗିଲା; ସାମନା ପାଖରେ ଅବସ୍ଥିତ Anterior; Situate in front.