Back

ଅଗ୍ରିଆ

Also : [ ଆଗ୍ରିଆ, ଅଘ୍ରିଆ




  1. Agriā (ବି. ପ୍ରାଦେ - ସମ୍ବଲପୁର) ଆଗ୍ରିଜାତି The Āgri caste.



 [ ଦ୍ର ] ଏହି ଉଗ୍ରକ୍ଷତ୍ରିୟମାନେ ଆକବରଙ୍କ ସମୟରେ ଆସି କାଳକ୍ରମେ ଓଡ଼ିଆ ହୋଇଯାଇ ଅଛନ୍ତି। ରାୟଗଡ଼, ଶାରଙ୍ଗଗଡ଼, ଗାଙ୍ଗପୁର, ବାମଣ୍ଡା, ସମ୍ବଲପୁର ପ୍ରଭୃତି ଅଞ୍ଚଳରେ ଏମାନେ ଗୋଟିଏ ପ୍ରଧାନ ଜାତି। ସମ୍ବଲପୁରରେ ଏମାନେ 'ଚୌରାଅଶୀ ଘର' ନାମରେ ଖ୍ୟାତ, କାରଣ ପ୍ରଥମେ ଆଗ୍ରାରୁ ୮୪ଟି ପରିବାର ଏଠାକୁ ଆସି ରହିଥିଲେ। ଏମାନଙ୍କର ଆଚାର ବ୍ୟବହାର ବୈଶ୍ୟମାନଙ୍କ ଆଚାର ବ୍ୟବହାର ପରି କିନ୍ତୁ ଏମାନଙ୍କର ପଇତା ନାହିଁ।